Masthead

ବଞ୍ଚିଛନ୍ତି ସୋସିଆଲ ମିଡ଼ିଆରେ ମାରିଦେଲେ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁଙ୍କୁ ନେଇ ସୋସିଆଲ ମିଡିଆରେ ଗୁଜବ । ଶୁକ୍ରବାର ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସମସ୍ତଙ୍କ ପ୍ରିୟ ଅଭିନେତା ଗୁଡ୍ଡୁଙ୍କ ମୃତ୍ୟୁ ଖବର ନିଆଁ ଭଳି ବ୍ୟାପି ଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବରରେ ତାଙ୍କର ଏକ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ରହିଥିଲା । ତେବେ ଏଭଳି ଖବରରୁ ସହଜରେ ବିଶ୍ବାସ ନ କରି, ଏ ଖବର ପଛର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା “ବଡ଼ ଖବର” । ଆମ ପ୍ରତିନିଧି ଗୁଡ୍ଡୁଙ୍କ ସହ କଥା ହେବା ପରେ ଜଣା ପଡ଼ିଥିଲା ଏହି ଖବର ସମ୍ପୁର୍ଣ୍ଣ ଭାବେ ମିଥ୍ୟା ।

ଗୁଡ୍ଡୁଙ୍କର କୌଣସି ଦୁର୍ଘଟଣା ହୋଇନାହିଁ । ଏମିତି କି ମିଥ୍ୟା ଖବର ପ୍ରସାରଣକାରୀଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବଡ଼ ଖବରକୁ କହିଛନ୍ତି ଅଭିନେତା ଗୁଡ୍ଡୁ । ସେ ଆଜି କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ତେବେ ଗୁଡ୍ଡୁ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି, ଏପରି ଖବରରୁ ବିଶ୍ବାସ ନ କରିବାକୁ ନିବେଦନ କରିଛନ୍ତି ହାସ୍ୟଅଭିନେତା । ମତେ ଏମିତି ଭଲପାଇବା ଦେଇଥିବାରୁ ଦର୍ଶକଙ୍କ ଆଗରେ ମୁଁ ଋଣି ବୋଲି କହିଛନ୍ତି ଅଭିନେତା ଗୁଡ୍ଡୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ