Masthead

ଗୁଣିଗାରେଡ଼ି ସନ୍ଦେହରେ ଗଲା ଜୀବନ

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ): ଗୁଣିଗାରେଡ଼ି ସନ୍ଦେହ । ଟାଙ୍ଗିଆ ଚୋଟରେ ଜଣଙ୍କୁ ହାଣିଥିବା ସନ୍ଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ଥାନା ଧନିବାଲସା ଗ୍ରାମରେ । ମୃତକ ହେଲେ ମହାଦେବ ଖରା । ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସୂଚନା ମିଳିଛି । ଆକ୍ରମଣରେ ମହାଦେବଙ୍କ ପତ୍ନୀ ମଙ୍ଗୁଳି ଖରା ଆହତ ହୋଇଛନ୍ତି। ବୈପାରିଗୁଡା ଥାନାରେ ମଙ୍ଗୁଳି ଅଭିଯୋଗ କରିବା ପରେ ପୁଲିସ୍ ଗାଁରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୪ ଗ୍ରାମବାସୀ ଫେରାର୍ ଥିବା ଜଣା ପଡିଛି। ଗତକାଲି ଗ୍ରାମର ବଳରାମ ଖରାଙ୍କ ମୃତ୍ୟୁ ହୋଇଥିଲା।

ଶେଷକୃତ୍ୟ ପାଇଁ ଗ୍ରାମବାସୀ ଶ୍ମଶାନକୁ ଯାଇଥିବା ବେଳେ ମହାଦେବ ଓ ମଙ୍ଗୁଳି ମଧ୍ୟ ଶ୍ମଶାନ ଯାଇଥିଲେ। କୌଣସି କାରଣକୁ ନେଇ କିଛି ଗ୍ରାମବାସୀଙ୍କ ସହ ମହାଦେବଙ୍କ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ହରି ଖରା, ଡମ୍ବରୁ ଖରା, ଅର୍ଜୁନ ଖରା, ଅଦିଆ ଖିଲ ମହାଦେବଙ୍କୁ ଆକ୍ରମଣ କରିଥିଲେ। ମହାଦେବ ଓ ମଙ୍ଗୁଳି ଘରକୁ ଦୌଡ଼ି ପଳାଇ ଆସିଥିଲେ ମଧ୍ୟ ଆକ୍ରମଣକାରୀ ପିଛା କରି ଘରକୁ ଆସି ଟାଙ୍ଗିଆରେ ହାଣିଥିଲେ। ଫଳରେ ଘର ଭିତରେ ହିଁ ମହାଦେବଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। କୌଶଳକ୍ରମେ ମଙ୍ଗୁଳି ଆକ୍ରମଣକାରୀଙ୍କ କବଳରୁ ଖସି ଆସି ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା