Masthead

ବିରୋଧୀଙ୍କ ଅଙ୍କକୁ ନବୀନ ହିଁ ଏନଫ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଘରର ଚାରି କାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି । ସମୟ ଥିଲା ସେମାନେ ଓଡିଶା ପାଇଁ ଅନେକ ଡାଇଲଗ ଦେଇଛନ୍ତି । ମିଶନ ୧୨୦ ଓ ବିଭିନ୍ନ କଥା କହିଛନ୍ତି । କିନ୍ତୁ ସେମାନେ ଯେତେବେଳେ ଗାଁକୁ ଯାଉଛନ୍ତି ସେତେବେଳେ ଗୋଟିଏ ଚିତ୍ର ଲୋକଙ୍କ ଭିତରେ ଅଛି । ସେ ହେଉଛନ୍ତି ନବୀନ ପଟ୍ଟନାୟକ ।

ସେମାନେ ଗୌହାଟୀରେ ସମ୍ମିଳନୀ କରନ୍ତୁ କିମ୍ବା ଅନ୍ୟ କେଉଁଠି କରନ୍ତୁ, ଆମ ପାଇଁ ଗୁରୁତ୍ୱ ରଖେନି । ସେ ତାଙ୍କ ଦଳର କାର୍ଯ୍ୟକାରିଣୀରେ ତାଙ୍କର ରଣନୀତି ପ୍ରସ୍ତୁତ କରିବେ । ବିଭିନ୍ନ କାର୍ଯ୍ୟକ୍ରମ ରଖିବେ । ଏହା କିଛି ନୂଆ କଥା ନୁହେଁ । ବିଜୁ ଜନତା ଦଳ ନିଜର କର୍ଯ୍ୟକର୍ତାଙ୍କୁ ନେଇ ଦଳ ସାଂଗଠନିକ ଶକ୍ତି ମଜବୁତ କରିଛି । ଲୋକଙ୍କ ଭିତରେ ସରକାରୀ ବ୍ୟବସ୍ଥାକୁ ସୁଗମ ଭାବେ ପହଁଚାଇଛି, ପୁଣି ଥରେ ସରକାରକୁ ଆସିବାରେ ଦ୍ବିମତ ନାହିଁ । ବିଜୁ ଜନତା ଭଲ ଫଳ କରିବ ।

ବିଜୁ ଜନତା ଦଳ ଯୁବ, ଛାତ୍ର ଓ ମହିଳା, ଶ୍ରମିକ, କୃଷକ ଦଳର ସାଂଗଠନିକ ଶକ୍ତି ମଜବୁତ ଅଛି । ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ନେଇଥାଏ । ସରକାରୀ ଯୋଜନା ସତପ୍ରତିଶତ କିପରି ତୃଣମୂଳ ସ୍ତରରେ ପହଁଚିବ, ଲୋକେ କେମିତି ଉପକୃତ ହେବେ ବ୍ୟବସ୍ଥା କରେ । ସିଧାସଳଖ ଲୋକଙ୍କ ସହିତ ଯୋଡି ହେବାପାଇଁ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ହାତକୁ ନିଏ । ଆମର ସାଂଗଠନିକ ବ୍ୟବସ୍ଥା ସୁଦୃଢ଼ ଅଛି । ଏହା ଉପରେ ଅଧିକ ଫୋକ୍ସ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?