ବିରୋଧୀଙ୍କ ଅଙ୍କକୁ ନବୀନ ହିଁ ଏନଫ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଘରର ଚାରି କାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି । ସମୟ ଥିଲା ସେମାନେ ଓଡିଶା ପାଇଁ ଅନେକ ଡାଇଲଗ ଦେଇଛନ୍ତି । ମିଶନ ୧୨୦ ଓ ବିଭିନ୍ନ କଥା କହିଛନ୍ତି । କିନ୍ତୁ ସେମାନେ ଯେତେବେଳେ ଗାଁକୁ ଯାଉଛନ୍ତି ସେତେବେଳେ ଗୋଟିଏ ଚିତ୍ର ଲୋକଙ୍କ ଭିତରେ ଅଛି । ସେ ହେଉଛନ୍ତି ନବୀନ ପଟ୍ଟନାୟକ ।

ସେମାନେ ଗୌହାଟୀରେ ସମ୍ମିଳନୀ କରନ୍ତୁ କିମ୍ବା ଅନ୍ୟ କେଉଁଠି କରନ୍ତୁ, ଆମ ପାଇଁ ଗୁରୁତ୍ୱ ରଖେନି । ସେ ତାଙ୍କ ଦଳର କାର୍ଯ୍ୟକାରିଣୀରେ ତାଙ୍କର ରଣନୀତି ପ୍ରସ୍ତୁତ କରିବେ । ବିଭିନ୍ନ କାର୍ଯ୍ୟକ୍ରମ ରଖିବେ । ଏହା କିଛି ନୂଆ କଥା ନୁହେଁ । ବିଜୁ ଜନତା ଦଳ ନିଜର କର୍ଯ୍ୟକର୍ତାଙ୍କୁ ନେଇ ଦଳ ସାଂଗଠନିକ ଶକ୍ତି ମଜବୁତ କରିଛି । ଲୋକଙ୍କ ଭିତରେ ସରକାରୀ ବ୍ୟବସ୍ଥାକୁ ସୁଗମ ଭାବେ ପହଁଚାଇଛି, ପୁଣି ଥରେ ସରକାରକୁ ଆସିବାରେ ଦ୍ବିମତ ନାହିଁ । ବିଜୁ ଜନତା ଭଲ ଫଳ କରିବ ।

ବିଜୁ ଜନତା ଦଳ ଯୁବ, ଛାତ୍ର ଓ ମହିଳା, ଶ୍ରମିକ, କୃଷକ ଦଳର ସାଂଗଠନିକ ଶକ୍ତି ମଜବୁତ ଅଛି । ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ନେଇଥାଏ । ସରକାରୀ ଯୋଜନା ସତପ୍ରତିଶତ କିପରି ତୃଣମୂଳ ସ୍ତରରେ ପହଁଚିବ, ଲୋକେ କେମିତି ଉପକୃତ ହେବେ ବ୍ୟବସ୍ଥା କରେ । ସିଧାସଳଖ ଲୋକଙ୍କ ସହିତ ଯୋଡି ହେବାପାଇଁ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ହାତକୁ ନିଏ । ଆମର ସାଂଗଠନିକ ବ୍ୟବସ୍ଥା ସୁଦୃଢ଼ ଅଛି । ଏହା ଉପରେ ଅଧିକ ଫୋକ୍ସ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ