ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): କେଦାରନାଥ ରେ ଭିଡ଼ିଓ କରିବା ମନା । ମନ୍ଦିର ପରିସର ଭିତରେ ୟୁଟ୍ୟୁବସଟ୍ସ, ଭିଡିଓ, ଇନଷ୍ଟାଗ୍ରାମ ରିଲ ଇତ୍ୟାଦି ବନେଇବାରେ ରୋକ ଲଗାଇଛନ୍ତି ମନ୍ଦିର ର ପ୍ରଶାସନିକ ବିଭାଗ । ଶ୍ରୀ କେଦାରନାଥ ମନ୍ଦିର ର କମିଟି (ବି.କେ.ଟି.ସି) ଶ୍ରୀ କେଦାରନାଥ ଧାମ ପୋଲିସକୁ ଚିଠି ଲେଖି ମନ୍ଦିର ଚାରିପାଖରେ କଡା ନଜର ରଖିବାକୁ କହିଛନ୍ତି
ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଚିଠିରେ ଦର୍ଶାଯାଇଛି । ନିୟମକୁ ଅମାନ୍ୟ କରି ଭିଡ଼ିଓ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ କହିଛନ୍ତି।