Masthead

ଭୁଶୁଡ଼ିଲା ସୁରକ୍ଷା ବନ୍ଧ

ଛତ୍ରପୁର (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍‌ଏସିରେ ଥିବା ବ୍ରିଟିଶ ଅମଳର ପିଲିବନ୍ଧର ନବୀକରଣ ଓ ସୌନ୍ଦର୍ୟ୍ୟକରଣ କାର୍ଯ୍ୟ ହୋଇଥିବା ନିମ୍ନମାନର କାମ ଲଗାଣ ବର୍ଷା ପରେ ପଦାରେ ପଡିଛି । ଏହି ସୌନ୍ଦର୍ୟ୍ୟକରଣ ପ୍ରକଳ୍ପରେ ମାତ୍ର ବର୍ଷକ ତଳେ ନିର୍ମିତ ଗାର୍ଡୱାଲ ଗୁରୁବାର ଧସିଯାଇଛି । ବର୍ଷକ ତଳେ ନୂଆ କରି ଉକ୍ତ ଗାର୍ଡଓ୍ବାଲ ଜନସାଧାରଣଙ୍କ ସୁରକ୍ଷା ଓ ସକାଳ ଓ ସନ୍ଧ୍ୟା ସମୟରେ ପରିଭ୍ରମଣ ଓ ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏବେ ନିମ୍ନମାନର କାମ ଯୋଗୁ ଉକ୍ତ ଗାର୍ଡଓ୍ବାଲ ଧସିଯାଇଛି ।

ସୂଚନାଯୋଗ୍ୟ, ବ୍ରିଟିଶ ଅମଳର ପିଲିବନ୍ଧ ଓ ଏହାର ସଂଲଗ୍ନ ପାର୍କ ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ଉକ୍ତ ପିଲିବନ୍ଧର ସୌନ୍ଦର୍ୟ୍ୟକରଣ ଓ ପାର୍କର ଆଧୁନିକୀକରଣ କାର୍ୟ୍ୟ ଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି କାର୍ୟ୍ୟ ସରିନି । ବ୍ରିଟିଶ୍ ଶାସନ କାଳରେ ଆର୍ଥର ପୁଲି ନାମକ ଶାସକଙ୍କ ଅମଳରେ ଉକ୍ତ ବନ୍ଧ ଖନନ ହୋଇଥିଲା। ତାଙ୍କ ନାମରେ ଏହି ବନ୍ଧର ନାଁ ପିଲିବନ୍ଧ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼