ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଏନ ଗ୍ରୁପ ଉପରେ ଆଇଟି ରେଡ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା । କହିଛନ୍ତି ଓଡ଼ିଶା ବିଜେପି ଏବେ ବହୁତ ବିଳିବିଳାଉଛି । ସେମାନେ ବିଳିବିଳାନ୍ତୁ । ତାହାର ପ୍ରତିକ୍ରିୟା ନାହିଁ । ୫ଟି ଶାସନରେ ଗୁରୁତ୍ୱପୁର୍ଣ ଦିଗ ହେଉଛି ସ୍ୱଛତା । ଡିଏନ ଗ୍ରୁପ ଯଦି ଟିକସ ଫାଙ୍କିଛି, ତାହାଲେ ଆଇଟି ରେଡ ହେଉଛି ଆଉ ହେଉ ।
ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି । ବିଜେପିର ଦିବାସ୍ୱପ୍ନ ଓ ବିଳିବିଲେଇବା କିଛି ନୂଆ କଥା ନୁହେଁ । ହତାଶରେ ଅଭିଯୋଗ କରିବାକୁ କେହି ଅଟକାଇ ପାରିବେନି । ସେମାନେ ଜାଣିଛନ୍ତି ଯେ ସେମାନଙ୍କ କିଛି ସ୍ଥିତି ନାହିଁ । ତେଣୁ ବିଳିବିଳାଉଛନ୍ତି ।