Masthead

ରିଲିଜ୍ ହେଲା ‘ସାଲାର’ ଟିଜର୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଗୁରୁବାର ଜୁଲାଇ ୬ ତାରିଖରେ ରିଲିଜ୍ ହେଲା ରେବେଲ ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ସାଲାର୍’ ର ଟିଜର୍ । ଏହି ଚଳଚ୍ଚିତ୍ର ଟି ୨୮ ସେପ୍ଟେମ୍ବରରେ ବକ୍ସ ଅଫିସରେ ରିଲିଜ୍ ହେବ ବୋଲି ସୁଚନା ମିଳିଛି । ଟିଜରରେ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ଓ ପ୍ରଭାସଙ୍କ ଦମଦାର ଝଲକ୍ ଦେଖିବାକୁ ମିଳିଛି । ଅଭିନେତା ପ୍ରଭାସ ଏବଂ କେଜିଏଫ୍ ନିଦେ୍ର୍ଦଶକ ପ୍ରଶାନ୍ତ ନିଲ ପ୍ରଥମ ଥର ପାଇଁ ଏକାସହ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି । ଚଳଚ୍ଚିତ୍ର ଆଦିପୁରୁଷ ବକ୍ସ ଅଫିସରେ ଡିଜାଷ୍ଟର ଆଣିବା ପରେ ବାହୁବଳି ହିରୋ ପ୍ରଭାସ ଟ୍ରୋଲର ଶିକାର ହୋଇଥିଲେ ମାତ୍ର ‘ସାଲାର’ ଭଳି ଏକ ନୂଆ ଆକ୍ସ୍ନ ଫିଲ୍ମର ଟିଜର ରିଲିଜ ହେବାପରେ ପ୍ରଭାସଙ୍କ ଦର୍ଶକ ମାନଙ୍କ ମଧ୍ୟରେ ଖୁସିର ସୀମା ନାହିଁ ।

ଫ୍ୟାନ୍ସ୍ମାନେ ଏହି ଟିଜର୍ ଦେଖି ପ୍ରଭାସଙ୍କୁ ପ୍ରଶଂସା କରିବା ସହ ପୁଣି ଫେରିପାଇଛନ୍ତି ତାଙ୍କ ଆକ୍ସନ ଷ୍ଟାରଙ୍କୁ ବୋଲି କହିଛନ୍ତି । ଟିଜରରେ ପ୍ରଭାସଙ୍କର ଛୋଟ ଝଲକ୍ ଦେଖିବାକୁ ମିଳିଥିଲେ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସିଥିବା ଜଣାପଡିଛି । ମାତ୍ର ୧.୪୬ ମିନିଟ ର ଏହି ଟିଜର ଟି ପ୍ରଭାସଙ୍କ ଫ୍ୟାନ୍ସ୍ ମାନଙ୍କ ଉତ୍ସାହ ବଢାଇଦେଇଛି । ଫ୍ୟାନ୍ସମାନେ ଆଶା କରୁଛନ୍ତି ଯେ ଫିଲ୍ମ କେଜିଏଫ୍ ସହ ସାଲାର ର କିଛି ସମ୍ପର୍କ ରହିଛି ।

ଏହି ଆକ୍ସନ୍ ଫିଲ୍ମଟି ଚଳଚ୍ଚିତ୍ର ଜଗତରେ ଏକ ନୂଆ ମୋଡ ଆଣିବ ବୋଲି କହିଛନ୍ତି ପ୍ରଭାସଙ୍କ ପ୍ରଶଂସକମାନେ । ଫିଲ୍ମର ଟିଜର ରିଲିଜ ହେବା ପରେ ଅଭିନେତା ପ୍ରଭାସଙ୍କ ଫ୍ୟାନ୍ସ ମାନେ ଫିଲ୍ମଟିର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି । କ’ଣ ପୁଣି ନିଜ ଫ୍ୟାନ୍ସମାନଙ୍କ ମନ କିଣିପାରିବେ ରେବଲ ଷ୍ଟାର ପ୍ରଭାସ? ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ