Masthead

‘ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ପରିହାସ କରିଛନ୍ତି’

କୋଲକାତା (ବଡ଼ ଖବର ବ୍ୟୁରୋ):  ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ହିଂସାକୁ ନେଇ ବିଜେପି ଓ ଟିଏମସି ଭିତରେ ଆରମ୍ଭ ହୋଇଛି କଥାକଟାକଟି । ଟିଏମସି ଅଭିଯୋଗ କରିଛି ଯେ ବିଜେପି ବୁଥ କ୍ୟାପଚରିଂର ଭୁଲ ଖବର ପ୍ରଚାର କରୁଛି। ଶନିବାର ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗର ୭ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା ଯେଉଁଥିରେ ଅଗ୍ନିକାଣ୍ଡ, ଗୁଳି ବିନିମୟ ଭଳି ଘଟଣା ଘଟିଥଲା।

ରାଜ୍ୟରେ ଉତ୍ତେଜନା ଏବଂ ଅଶାନ୍ତି ମଧ୍ୟରେ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ଅଛନ୍ତି। ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟ ମମତା ବାନାର୍ଜୀ ସରକାରଙ୍କୁ ଦାୟୀ କରି ଅନେକ ଟୁଇଟ କରିଛନ୍ତି। ସେ ଏକ ଟୁଇଟରେ କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ପରିହାସ କରିଛନ୍ତି। ମାଲଭିୟ ଆହୁରି କହିଛନ୍ତି ଯେ ମତଦାନ ପରେ ବିଳମ୍ବିତ ରାତିରେ ଟିଏମସି ବୁଥକୁ କାବୁ କରିଥିଲା, ଯେଉଁଠାରେ ସିସିଟିଭି କ୍ୟାମେରା କିମ୍ବା ସୁରକ୍ଷା କର୍ମୀ ନ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ