ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୪ ହଜାର କୋଟି ଯୋଜନାର ଆୟୁଷ କେତେ । ଏହାର ଟେଣ୍ଡର ହେବ ନାହିଁ । ନିର୍ବାଚନ ଆସିଲେ ନବୀନବାବୁଙ୍କ ମନେ ପଡେ । ଆଗରୁ ପିଠା, କାଳିଆ, ଆମ ସ୍କୁଲ ଯୋଜନା ଘୋଷଣା ହୋଇଥିଲା । ନିର୍ବାଚନ ଆସିଲେ ଯୋଜନା ଘୋଷଣା ହୁଏ । ନିର୍ବାଚନ ସରିଲେ ଯୋଜନା ବନ୍ଦ । ୨୪ ବର୍ଷ ପରେ ଆଜି ମନେ ପଡିଲା ନୂତନ ଓଡ଼ିଶା ଗଠନ ପାଇଁ । ପୂର୍ବରୁ କେଉଁ ଓଡ଼ିଶା ଥିଲା ।
ପ୍ରମାଣ ଯେ ଓଡ଼ିଶାରେ ବିକାଶ ହୋଇନାହିଁ । ନିର୍ବାଚନକୁ ଆଖିଆଗରେ ରଖି ୪ ହଜାର କୋଟି ଘୋଷଣା ହୋଇଛି । ଏଠୁ ବଡ଼ ବାବୁ ଯିବେ । ମୁଖ୍ୟମନ୍ତ୍ରୀ ଏଠୁ କହିବେ ଆପଣ ମାନେ ଖୁସି ତ । ପ୍ରତ୍ୟେକ ବ୍ଲକ, ପଞ୍ଚାୟତରେ ଏ ପଇସାରେ ଶୀତଳ ଭଣ୍ଡାର କରିଥିଲେ ଭଲ ହୋଇଥାନ୍ତା । ବଡ଼ ବଡ଼ ସ୍କିନ ଲଗେଇବେ ସରକାରୀ ଖର୍ଚ୍ଚରେ ବାବୁ ଘୋଷଣା କରିବେ । ୧୨ ହଜାର ସ୍କୁଲରେ ଭଙ୍ଗା ଘର ଏହା କେଉଁ ପ୍ରକାର ସରକାର ଜନ ସାଧାରଣ ଚିନ୍ତା କରନ୍ତୁ । ୨୪ ବର୍ଷ ହେଇଗଲା, ନିର୍ବାଚନ ଆସିଲେ ନବୀନ ବାବୁଙ୍କ ଯୋଜନା କାହିଁକି ମନେ ପଡେ ।
୨୪ ବର୍ଷରେ ବିକାଶ ହୋଇଥିଲେ ଏ ଯୋଜନା କଣ ପାଇଁ । ମଠ ମନ୍ଦିର ଭାଙ୍ଗି ଜଗନ୍ନାଥ ସଂସ୍କୃତିକୁ କାମ କରିବେ । କୋର୍ଟ ନିଦେ୍ର୍ଦଶ ପରେ ରତ୍ନ ଭଣ୍ଡାର ଖୋଲୁନାହିଁ । ନବୀନ ଙ୍କ ଠାରୁ ଆଉ କଣ ଆଶା । ଧର୍ମ ନାଁ ରେ ନିର୍ବାଚନ ବୈତରଣୀ ପାର ପାଇଁ ଏହି ଯୋଜନା । ୨୪ ଲୋକେ ଜବାବ ଦେବେ ୨୪ ରେ ସରକାର ପରିବର୍ତ୍ତନ ହେବ ।