Masthead

ଲୋକଙ୍କ ହୃଦୟରେ ଟିଏମସି: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ): ବ୍ୟାପକ ହିଂସା ମଧ୍ୟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଟିଏମ୍ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମମତା ଏକ ଟ୍ୱିଟ କରି କହିଛନ୍ତି ତୃଣମୂଳ କଂଗ୍ରେସ ପ୍ରତି ଥିବା ପ୍ରେମ, ସ୍ନେହ ଏବଂ ସମର୍ଥନ ପାଇଁ ମୁଁ ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି ଜ୍ଝ ଏହି ନିର୍ବାଚନ ପ୍ରମାଣିତ କରିଛି ଯେ କେବଳ ଟିଏମସି ରାଜ୍ୟବାସୀଙ୍କ ହୃଦୟରେ ରହିଛି ।

ନିର୍ବାଚନର ଫଳାଫଳ ପାଇଁ ଜୁଲାଇ ୧୧ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛ। ମଙ୍ଗଳବାର ରାତି ୧୧.୩୦ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର ୬୩,୨୨୯ଟି ସିଟ୍ ମଧ୍ୟରୁ ଟିଏମ୍ସି ୩୦,୩୯୧ଟି ସିଟ ସୁରକ୍ଷିତ କରିଛି। ଯେଉଁଠାରେ ବିଜେପି କେବଳ ୮,୨୩୯ଟି ଆସନ ହାସଲ କରିଛି। ଟିଏମ୍ସି ୧,୭୬୭ଟି ଆସନରେ ଆଗୁଆ ଥିବାବେଳେ ଭାଜପା ମାତ୍ର ୪୪୭ଟି ଆସନରେ ଆଗରେ ରହିଛି। ସିପିଆଇ (ଏମ) ଏ ପର୍ଯ୍ୟନ୍ତ ମାତ୍ର ୨୫୩୪ସିଟ ଜିତିବାରେ ସକ୍ଷମ ହୋଇଛି ଏବଂ କଂଗ୍ରେସ ମାତ୍ର ୨,୧୫୮ ଟି ସିଟ ଜିତିବାରେ ସକ୍ଷମ ହୋଇଛି। ସିପିଆଇ (ଏମ) ୨୩୭ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ କେବଳ ୧୫୧ ଟି ଆସନରେ ଆଗୁଆ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ