Masthead

କୋଟିଆ ପରେ ରାଇପାହାଡ ଉପରେ ଆନ୍ଧ୍ରର ଆଖି

ଶେମିଳିଗୁଡା(ବଡ଼ ଖବର ବ୍ୟୁରୋ);ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇ ଆନ୍ଧ୍ର ମୁହାଁ ହେଉଛନ୍ତି ଗୋଲୁରୁ ପଞ୍ଚାୟତ ବାସିନ୍ଦା । ଏହି ଗ୍ରାମରେ ୧୭ ପରିବାର ବାସ କରୁଥିବା ବେଳେ ଆନ୍ଧ୍ର ଏବେ ବିଭିନ୍ନ ସେବା ଯୋଗାଉଛି । ଆନ୍ଧ୍ର ନଜର ପକେଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ତରବର ଭାବେ ରାସ୍ତାକାମ ଆରମ୍ଭ ହେବା ସହ ୨ଟି ପାଣିଟାଙ୍କି ମଧ୍ୟ ଦିଆଯାଇଛି ।

ଆଗରୁ କିନ୍ତୁ ସମସ୍ତ ଯୋଜନା ଏଠାରେ ଫେଲ୍ ମାରିଥିଲା । ବୃଦ୍ଧାଙ୍କୁ ଭତ୍ତା ଯୋଜନା ଠାରୁ ଆରମ୍ଭ କରି ଆବାସ ଯୋଜନା ଆଦି ଫେଲ ମାରିଥିଲା । ଏବେ ଆନ୍ଧ୍ର ଆଶାକର୍ମୀ ରାଜଲକ୍ଷ୍ମୀ ଗମେଲ ଏଠାକୁ ଆସି୧୦ ହଜାର ପୋଷାକ ବହି ଯୋଗାଇଛନ୍ତି । ଆନ୍ଧ୍ର ଏବେ ବୃଦ୍ଧାଙ୍କୁ ଭତା, ବିପିଏଲମାନଙ୍କ ପାଇଁ ଘର ମଧ୍ୟ ଯୋଗାଉଛି ।

ଆଗରୁ ଗର୍ଭବତୀଙ୍କ ପାଇଁ ପକ୍କା ରାସ୍ତା ନଥିଲା ତେଣୁ ଲୋକେ ପାହାଡ, ନଈ ଡେଇଁ ମେଡିକାଲ ଯାଉଥିଲେ । କିନ୍ତୁ ସବୁ ଜାଣି ଓଡିଶା ସରକାର ଚୁପ ବସିଥିଲାବେଳେ ଏବେ ଚିହିଁକି ଉଠିଛି । ଏମଏଲଏ ପ୍ରିତମ ପାଢୀ କହିଲେ ଯେ ୧୯୩୬ରୁ ଓଡିଶା ସରକାର ଏହାର ସିଧା ସମ୍ପର୍କରେ ଅଛି । ପ୍ରଶାସନିକ ସ୍ତରରେ କାମ ହେବ ତେଣଉ ଜନପ୍ରତିନିଧି ଏଠାରେ ଆବଶ୍ୟକ ନାହିଁ । ଆମ ଲୋକ ନିରୀହ ବୋଲି ଆନ୍ଧ୍ର ତାଙ୍କୁ ମାଡିବସିବାର କୂଚକ୍ରାନ୍ତ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ