Masthead

ଜହ୍ନରେ ଉଡିଥିଲା ତ୍ରିରଙ୍ଗା, କେମିତି ହୃଦୟ ଜିତିଥିଲା ଇସ୍ରୋ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ);ଆଜି ବି ମନେ ପଡିଯାଏ ସେହି ଦିନ । ଯେତେବେଳେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା ଭାରତ । ଖୁସିର ଲୁହ ବୁହାଇଥିଲେ ଭାରତବାସୀ । କେମିତି ଇତିହାସ ରଚିଥିଲା ଇସ୍ରୋ, ଦେଖିବା ଏହି ରିପୋର୍ଟରୁ । ସବୁଠି ଚନ୍ଦ୍ରଯାନ-୩କୁ ନେଇ ଚାଲିଛି ଉତ୍ସାହର ମାହୋଲ । ସଫଳତା ନା ବିଫଳତା? କ’ଣ ହେବ ଫଳାଫଳ? ପ୍ରଥମ ପ୍ରୟାସରେ ସଫଳ ହୋଇଥିବା ମିଶନର ପୁନରାବୃତ୍ତତି ହେବ, ନା ଦ୍ୱିତୀୟ ଥର ପରି ଫେଲ ମାରିବ ମିଶନ? ତେବେ ଏହି ଦ୍ୱନ୍ଦ୍ୱ ମଧ୍ୟରେ ଲୋକଙ୍କ ମନରେ ଏବେ ବି ଝଲସି ଯାଉଛି ଚନ୍ଦ୍ରଯାନ-୧ର ସଫଳତା । କେମିତି ହୃଦୟ ଜିତିଥିଲା ଇସ୍ରୋ । କେମିତି ଆରମ୍ଭ ହୋଇଥିଲା ଚନ୍ଦ୍ରପୃଷ୍ଠରେ ନାଁ ଲେଖିବାର ଚେଷ୍ଟା । ୨୨ ଅକ୍ଟୋବର ୨୦୦୮ । ସମୟ ଥିଲା ଇତିହାସ ରଚିବାର । ମହାକାଶରେ ସ୍ୱର୍ଣ୍ଣିମ ଫର୍ଦ୍ଦରେ ନାଁ ଲେଖିବାର । ପ୍ରଥମ ଥର ପାଇଁ ଜହ୍ନକୁ ନିଜ ହାତ ପାହାନ୍ତାରେ ପାଇଥିଲା ଭାରତ । ପାଦ ଥାପିଥିଲା ଚନ୍ଦ୍ରପୃଷ୍ଠରେ । ଲଂଚ କରିଥିଲା ଚନ୍ଦ୍ରୟାନ ।

ସଫଳତା ହାତେଇଥିଲା ଇସ୍ରୋ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଂଟରରୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ଉପଗ୍ରହ । ଯାହା କାର୍ଯ୍ୟକାରୀ କରିଥିଲା ଏକ ବର୍ଷ । ଯୋଡ଼ା ଯାଇଥିଲା ଅତ୍ୟାଧୁନିକ ଯନ୍ତ୍ରପାତି । ଏହି ମିଶନରେ ଏକ ଚନ୍ଦ୍ରକକ୍ଷ ବା ଲୁନାର ଆରର୍ବିଟର ଓ ଇମ୍ପାକଟର୍‌କୁ ଅର୍ନ୍ତଭୁକ୍ତ କରାଯାଇଥିଲା । ଏହି ମିଶନ ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ପ୍ରମୁଖ ଉତ୍ସ ଥିଲା । କାରଣ ଏହି ମିଶନ ଥିଲା ଭାରତର ପ୍ରଥମ ଚନ୍ଦ୍ରମିଶନ । ଯାହା ପରବର୍ତ୍ତୀ ସମୟରେ ଅନ୍ୟ ମହାକାଶ ଯାତ୍ରାରେ ସହାୟକ କରିବା ପାଇଁ ବାଟ ଖୋଲିଥିଲା । ପାଖାପାଖି ୩୮୬ କୋଟି ଟଙ୍କାର ବଜେଟରେ କାର୍ଯ୍ୟକାରୀ ହୋଇଥିଲା ଏହି ମିଶନ । ସବୁଠାରୁ ବଡ଼ କଥା ଥିଲା ଯେ, ଚନ୍ଦ୍ରଯାନ ସ୍ୱଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ବିକଶିତ ହୋଇଥିଲା । ୮ନଭେମ୍ବର ୨୦୦୮ରେ ଚନ୍ଦ୍ରର ପରିସର ଭିତରକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ । ଦୁଇ ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠକୁ ସର୍ଭେ କରିବା, ଭୂ-ପୃଷ୍ଠରେ ରାସାୟନିକ ଗଠନର ସମ୍ପୂର୍ଣ୍ଣ ମାନଚିତ୍ର ଏବଂ ୩ ଡାଇମେନ୍ସନାଲ ଟପୋଗ୍ରାଫି ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏହି ସାଟେଲାଇଟ । ଯାହା ପରେ ଅନେକ କ୍ଷେତ୍ରର ସନ୍ଧାନ ପାଇଁ ପ୍ରଶସ୍ତ ହୋଇପଡିଥିଲା ରାସ୍ତା । ପୋଲାର ଅଂଚଳ ଗୁଡ଼ିକରେ ବରଫ ଜଳ ରହିଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ବିଶେଷ ଭାବେ କାର୍ଯ୍ୟକାରୀ ହୋଇଥିଲା ଚନ୍ଦ୍ରଯାନ । ଏହା ସହ ଅନେକ ସଫଳତା ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ଜଳ ଅଣୁଗୁଡ଼ିକର ବ୍ୟାପକ ଉପସ୍ଥିତି ଆବିଷ୍କାର ହୋଇଥିଲା । ସମୟ ବିତିଚାଲିଲା । ଚନ୍ଦ୍ରପୃଷ୍ଠର ଟିକିନିକି ଖବରକୁ ଭାରତୀୟ ବୈଜ୍ଞାନିକଙ୍କ ପାଖକୁ ପଠାଉଥିଲା । ଧିରେ ଧିରେ ମହାକାଶ ତଥା ଚନ୍ଦ୍ର ବିଷୟରେ ସୂଚନା ସାଉଁଟୁଥାଏ ଭାରତ । ହେଲେ ହଠାତ ସେ ସବୁରେ ପଡିଗଲା ପୂର୍ଣ୍ଣଛେଦ । ଚନ୍ଦ୍ର ଅବତରଣର ଏକ ବର୍ଷ ପରେ ଷ୍ଟାର ଟ୍ରାକରର ବିଫଳତା ଦେଖାଦେଇଥିଲା । ଖରାପ ଥର୍ମାଲ ସିଲ୍ଡିଂ ସହ ଅନେକ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଉପୁଜିଥିଲା । ଅଗଷ୍ଟ ୨୮, ୨୦୦୯ରେ ଚନ୍ଦ୍ରଯାନ ସହ ଯୋଗାଯୋଗ ବିଛିନ୍ନ ହେଲା । ଏହାର କିଛି ସମୟ ପରେ ଇସ୍ରୋ ଜାରି କଲା ବିଧିବଧ ଘୋଷଣା । ଚନ୍ଦ୍ରଯାନ ମିଶନ ବନ୍ଦ ହୋଇଛି ବୋଲି ଆନୁଷ୍ଠାନିକ ଘୋଷଣା କରାଗଲା । ଲଂଚ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା ଯେ, ଏହି ମିଶନ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । କିନ୍ତୁ ମାତ୍ର ୩୧୨ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ମିଶନକୁ ଆଗକୁ ନେଇଥିଲା । କମ୍ ସମୟ ହୋଇଥିଲେ ମଧ୍ୟ ଅନେକ ବୈଜ୍ଞାନିକ ଉଦ୍ଦେଶ୍ୟ ହାସଲ କରିବାରେ ସହାୟକ ହୋଇଥିଲା । ପରବର୍ତ୍ତୀ ସମୟରେ ମିଶନ ବନ୍ଦ ହେବାର ୭ ବର୍ଷ ପରେ ଅର୍ଥାତ୍ ୨୦୧୬ ଜୁଲାଇ୨ରେ ନାସା ଏହାକୁ ଠାବ କରିବା ପାଇଁ ନିଜର ଲୁନାର ଆରର୍ବିଟର ଯୋଗେ ଉଦ୍ଦ୍ୟମ କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି