Masthead

ଜୟ ଜଗନ୍ନାଥ ରସଗୋଲା ଆମର..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ରସଗୋଲା ବିବାଦ। ରସଗୋଲା ଓଡ଼ିଶାର ନାଁ ପଶ୍ଚିମବଙ୍ଗର । ଜି ଟିଭିରେ ଚାଲିଥିବା ସାରେଗାମାପା ସଙ୍ଗୀତ କାର୍ଯ୍ୟକ୍ରମରେ କଟକର ଝିଅ ସ୍ଥିତିପ୍ରଦ୍ମା ଦାସ ଜଗନ୍ନାଥଙ୍କର ନାଁ ନେଇ ରସଗୋଲା ବିବାଦ ଉପରେ ମତ ଦେଇଛନ୍ତି । ଯାହା ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଛି। ଜୟ ଜଗନ୍ନାଥ ରସଗୋଲା ଆମର…..। ଏବେ ଏହି ଭିଡିଓ ସବୁ ସୋସିଆଲ ମିଡିଆରେ ଘନ ଘନ ସେୟାର ହେବାରେ ଲାଗିଛି। ଫେସ୍‌ବୁକ ଖୋଲିଲେ ଜୟ ଜଗନ୍ନାଥ ରସଗୋଲା ଆମରର ଭିଡିଓ।

ସୁଲଳିତ କଣ୍ଠରେ ଶାସ୍ତ୍ରୀୟ ସଙ୍ଗୀତ ଗାଉଥିଵା ଝିଅ ହେଉଛନ୍ତି କଟକ ସେଲ୍ଟର ଛକର ସ୍ଥିତିପ୍ରଦ୍ମା ଦାସ। ନିଜର ପ୍ରତିଭା ବଳରେ ସାରେଗାମାପାର ଶେଷ ୩୦ଜଣଙ୍କ ଭିତରେ ସ୍ଥାନ ପାଇଥିଲେ ସ୍ଥିତିପ୍ରଦ୍ମା । ଚର୍ଚ୍ଚିତ ରିଆଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡ଼ିଆ ଝିଅଙ୍କର ଏଭଳି ଜବାବ ଏବେ ସବୁ ଓଡ଼ିଆ ଜନସାଧାରଣଙ୍କ ମନରେ ଖୁସି ଭରି ଦେଇଛି। ଯୁବତୀ ସାରେଗାମାପା ସୋ’ ରେ ଜଜ୍ ହିମେଶ ରେଶମିୟାଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର ।

ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା କହିଥିଲେ ‘ଯାହା ବି ହେଇଯାଉ ଜୟ ଜଗନ୍ନାଥ ରସଗୋଲା ଆମର’। ସାରେଗାମାପା ପ୍ରତିଯୋଗିତାରେ ଭାଗ ନେଇଥିବା କିଛି ପ୍ରତିଯୋଗୀତାଙ୍କୁ ପରେ ନିଳାଦ୍ରୀ ଵିଜେ, ଶ୍ରୀମନ୍ଦିରରେ ରସଗୋଲା ପରମ୍ପରା ସମ୍ପର୍କରେ ସ୍ଥିତିପ୍ରଦ୍ମା ଵୁଝାଇଵା ପରେ ଵଙ୍ଗୀୟ ପ୍ରତିଯୋଗୀ ମାନେ ମଧ୍ୟ ରସଗୋଲା ଓଡିଶାର ଵୋଲି ସ୍ବୀକାର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍