Masthead

ଅଜିତଙ୍କୁ ମିଳିପାରେ ଅର୍ଥ ବିଭାଗ !

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):   ମହାରାଷ୍ଟ୍ର ଏନସିପିର ଭେଟରାନ ନେତା ଅଜିତ ପାୱାର । କିଛି ଦିନ ତଳେ ସିନେ୍ଦ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଖାଲି ସିଏ ନୁହନ୍ତି ତାଙ୍କ ସହ ଆଉ ୮ ବିଧାୟକ ମଧ୍ୟ ଯୋଗ ନେଇଛନ୍ତି । କିନ୍ତୁ ସିନେ୍ଦ ଗୋଷ୍ଠୀରେ ମିଶିବା ପରେ ନା ଅଜିତ ନା ଅନ୍ୟ ବିଧାୟକମାନଙ୍କୁ କିଛି ବିଭାଗ ମିଳିଛି । ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନାହିଁ। ଏହାକୁ ନେଇ କିଛିଦିନ ହେବ ମନ୍ଥନ ଜାରି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଅନୁସାରେ ଅଜିତ ପାଓ୍ବାରଙ୍କୁ ଅର୍ଥ କି ଗୃହ ମନ୍ତ୍ରଣାଳୟ ମିଳିପାରେ।

ଉପ ମୁଖ୍ୟମନ୍ତ୍ରୀ ପାଓ୍ବାରଙ୍କୁ ଏହି ମନ୍ତ୍ରଣାଳୟ ହସ୍ତାନ୍ତର ଲାଗି ପ୍ରାୟତଃ ନିଷ୍ପତ୍ତି ନିଆ ସରିଛି। ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଏହି ବିଭାଗକୁ ନେଇ ଗତ ପ୍ରାୟ ଏକ ସପ୍ତାହ ହେବ ଲଗାତାର ବୈଠକ ଚାଲିଛି। ମହାରାଷ୍ଟ୍ରରେ ବିଭାଗ ବଣ୍ଟନକୁ ନେଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କୁହାଯାଉଛି କି ଶାହାଙ୍କ ସହ ସାକ୍ଷାତ ପରେ ଆଗକୁ ଆଇନର ଲଢେଇ ସମ୍ପର୍କରେ ଚର୍ଚ୍ଚା ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ