Masthead

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦର ଡାକରା ଦେଲା କଂଗ୍ରେସ । ଯାନବାହାନ ଚଳାଚଳ ବନ୍ଦ ରହିଥିବାେବେଳ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଗତ ୨୩ ତାରିଖରେ ୪ ଦଫା ଦାବି ନେଇ ମାଲକାନଗିରି ଜିଳ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କମିଟି ।

ଦାବି ପୂରଣ ନହେବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ କମିଟି । ମାଲକାନଗିରି ଜିଲ୍ଲା ୨୭୭ଟି ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୩୮ ଜଣ । ୩୦୦ଶଯ୍ୟା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ରହିଛି ୨୦୦ ଟି ବେଡ୍। କିଡନି ରୋଗୀଙ୍କ ଲାଗି ୨୦ ଟି ଡାୟଲିସିସ୍ ମେସିନ୍ ଲଗାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସେଠାରେ ରହିଛି ମାତ୍ର ୭ଟି ମେସିନ । ତିନି କିଲୋମିଟର ଦୁରରେ ରହିଛି ରକ୍ତ ଭଣ୍ଡାର ।

୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଇଡି କଲେଜ ବର୍ତ୍ତମାନ ସୁଦ୍ଧା କାର‌୍ୟ୍ୟକ୍ଷମ ହୋଇନାହିଁ । ୩୦ବର୍ଷ ତଳେ ଆଦିବାସୀ ଲୋକଙ୍କୁ ରାଜୀବ ଗାନ୍ଧୀ ବିଦ୍ୟୁତ ଜ୍ୟୋତି ଯୋଜନାରେ ମାଗଣା କରେଣ୍ଟ ଦିଆଯାଇଥିବା ବେଳେ ଟାଟା ପାୱାର କମ୍ପାନୀ ଏବେ ସେହି ଆଦିବାସୀ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ବିଲ ଦେଇଛି । ଏହା ସହ ଯୁବକ ଯୁବତୀ ମାନଙ୍କ ବେରୋଜଗାର ଭିତ୍ତିକ ସମସ୍ୟାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ