Masthead

ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏହି ଚାର୍ଜସିଟରେ  ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚଯ୍ୟକର ତଥ୍ୟ ହେଉଛି ନବଙ୍କୁ ହତ୍ୟାକରିବା ପାଇଁ ସମ୍ବଲପୁରର ମା’ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲା ଅଭିଯୁକ୍ତ ଗୋପାଳ ।

ଏମିତିକି ସମଲେଇ ମନ୍ଦିରରେ ଲଣ୍ଡା ହୋଇ ନବଙ୍କୁ ମାରିବାର ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ । ନିଜ ଭାଇଙ୍କ ସହ ମନ୍ଦିର ଯାଇ ଶପଥ ନେଇଥିଲା ଗୋପାଳ । ଗୋପାଳ, ନବ ଦାସଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିଥିଲା ହେଲେ ସବୁଥର ସେ ବିଫଳ ହୋଇଥିଲା । ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲା ଗୋପଳା । ସେହିଦିନ ଠାରୁ ଗୋପାଳ ସବୁବେଳେ ନିଜ ସର୍ଭିସ ପିସ୍ତଲରେ ଗୁଳି ଲୋଡ କରି ରଖିଥିଲା ।

ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ସମାନ ତଥ୍ୟ ରହିଛି । ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗାଡି ଯାଞ୍ଚ କରିଥିଲେ ଗୋପାଳ । ଏହି ସମୟରେ ନବ ତାଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ । ସେହିଦିନଠାରୁ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ଏମିତି ହତ୍ୟାକାଣ୍ଡ କରିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି