Masthead

ଫ୍ରାନ୍ସ ଆକାଶରେ ଗର୍ଜିଲା ଭାରତୀୟ ବାୟୁସେନା ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଏହି ଭବ୍ୟ ସମାରୋହରେ ଯୋଗଦେଇଥିଲେ । ଏହି ଉତ୍ସବ ଅବସରରେ ଫ୍ରାନ୍ସର ରାଜଧାନୀ ଫ୍ୟାରିସ୍ ସମେତ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଥିଲା । ପ୍ରତିବର୍ଷ ୧୪ ଜୁଲାଇରେ ପାଳିତ ହେଉଥିବା ଏହି ଭବ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେଉଛି ଚିତାକର୍ଷକ ପରେଡ ।

ଚଳିତ ବର୍ଷ ଏହି ଉତ୍ସବ ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବିଶ୍ୱର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ । ଏହି ପରେଡରେ ଫ୍ରାନ୍ସର ସମସ୍ତ ଯୁଦ୍ଧାସ୍ତ୍ର ସାମିଲ୍ ହୋଇଥାଏ । ଚଳିତ ବର୍ଷ ବଷ୍ଟିଲ୍ ଡେ’ରେ ଭାରତୀୟ ବାୟୁସେନାର ବିମାନ ମଧ୍ୟ ସାମିଲ ହୋଇଥିଲା । ଫ୍ରାନ୍ସବାସୀ ରାଷ୍ଟ୍ରୀୟ ଦିବସକୁ ଏକ ମହତ୍ୱପୂର୍ଣ୍ଣ ମହୋତ୍ସବ ରୂପେ ପାଳନ କରିଥାନ୍ତି । ୧୭୮୯ରେ ଫ୍ରାନ୍ସରେ କ୍ରାନ୍ତି ଦ୍ୱାରା ବଷ୍ଟିଲ୍ ଜେଲ ଉପରେ ହୋଇଥିବା ଆକ୍ରମଣ କଥା ସ୍ମରଣ କରାଇଥାଏ ବଷ୍ଟିଲ୍ ଡେ’ । ଏହି ଭବ୍ୟ ଉତ୍ସବରେ ଯୋଗ ଦେଇ ପିଏମ ମୋଦି ଭାରତରେ ଦୃତଗାମୀ ବିକାଶ ବିଷୟରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା