ବିଛଣାରେ ଛବିନ୍ଦ୍ର, ସହାୟତା ଆଶାରେ ପରିବାର ଲୋକେ

ହାଟଡିହି (ବଡ଼ ଖବର ବ୍ୟୁରୋ):  ରଜଠାରୁ ବିଛଣାରେ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ଆର୍ଥିକ ଅନଟନ ମଧ୍ୟରେ ବିତୁଛି ଜୀବନ । ପେଟକୁ ଦାନା ଯିବା ହେଉ ଅବା ଚିକିସôା , ଅର୍ଥ ସାଜୁଛି ବାଧକ । ହାଟଡିହିରୁ ଆସିଛି ଏଭଳି ଏକ ଦୟନୀୟ ଚିତ୍ର । ଗୋଟିଏ ଛୁଆ ମୋର । ଏବେ ତ ପଡିକି ରହିଲା । ଏବେ ଖାଇବା ପାଇଁ ଘରେ ଦାନା ନାହିଁ । ଆମେ କେମିତି ଚଳିବୁ? ଏପରି କହୁଛନ୍ତି ସଞ୍ଜୁ ମହାକୁଡ଼ । ପୁଅ ପାଇଁ କାନ୍ଦି କାନ୍ଦି ତାଙ୍କ ଦିନ କଟୁଛି । ପରିବାରର ଏକ ମାତ୍ର ଭେଣ୍ଡିଆ ପୁଅ । ରୋଜଗାର କଲେ ୫ ପ୍ରାଣୀ କୁଟୁମ୍ବର ପେଟକୁ ଦାନା ଯାଏ । ହେଲେ ଆଜି ଆପଣେଇଛନ୍ତି ବିଛଣା । ରଜ ଦିନରୁ ଅଟ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଛବିନ୍ଦ୍ର ମହାକୁଡ଼ । ସ୍ୱାମୀର ଗୋଡ ଭଲ ହେବା ପାଇଁ ଚିନ୍ତାରେ ସ୍ତ୍ରୀ ସାବିତ୍ରୀ । କିନ୍ତୁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ପରିବାର ଲୋକ ମଧ୍ୟ ଭାଙ୍ଗି ପଡିଛନ୍ତି । ଛବିନ୍ଦ୍ରଙ୍କ ବିଷୟରେ ଜାଣିବା ପରେ ସାନଭି ସେବା ସଂଗଠନ ସହାୟତାର ହାତ ବଢାଇଥିଲା । କିନ୍ତୁ ସେ ବି ସମୁଦ୍ରକୁ ଶଙ୍ଖେ ପରି । ଛବିନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ କିଛି ଆର୍ଥିକ ସହାୟତା ମିଳିଗଲେ ପରିବାର ଚଳିବାରେ ସାହାଯ୍ୟ ହେବ ବୋଲି ଆଶା କରିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ