Masthead

ବେଙ୍ଗାଳୁରୁରେ ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ ଆରମ୍ଭ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏକାଠି ହେଉଛନ୍ତି ବିରୋଧୀ । ସାଥୀ ଖୋଜୁଛି ଏନଡିଏ । ୨୪ ପୂର୍ବରୁ ଶାସକ ଓ ବିରୋଧୀଙ୍କ ଗଠବନ୍ଧନ ରଣନୀତି । ବେଙ୍ଗାଳୁରୁରେ ଆରମ୍ଭ ହୋଇଛି ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ । ସାମିଲ ହୋଇଛନ୍ତି କାଶ୍ମୀରରୁ କନ୍ୟାକୁମାରୀ ୨୬ ଅଣ-ବିଜେପି ଦଳ । ଦିଲ୍ଳୀର ଅଧ୍ୟାଦେଶକୁ ନେଇ କଂଗ୍ରେସର ସ୍ୱର ବଳଦିବା ପରେ ଶେଷ ମୂହୁର୍ତ୍ତରେ ଏଂଟି୍ର କରିଛନ୍ତି କେଜ୍ରିୱାଲ । ୨୦୨୪ ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଜି ୨୬ ବିରୋଧୀ ଦଳକୁ ନେଇ ହେବ ବୈଠକ । ଏଥିରେ ଲୋକସଭା ଆସନକୁ ନେଇ ଭାଗବଂଟା ହେବ ବୋଲି ସୂଚନା ରହିଛି । ବିରୋଧୀ ଦଳ ବୈଠକର ନେତୃତ୍ୱ ନେବ କଂଗ୍ରେସ । ଦୁଇ ଦିନ ଧରି ବେଙ୍ଗାଲୁରୁରେ ହେବ ଏହି ବୈଠକ । ଯେଉଁଥିରେ ଆମ ଆଦମୀ ପାର୍ଟି ମଧ୍ୟ ଯୋଗ ଦେବ । ଭାରତରେ ଭାରତ ଓ ସମ୍ବିଧାନକୁ ବଂଚାଇବା ପାଇଁ ଆମେ ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ଏକାଠି ହୋଇଛୁ । ଏଭଳି ମତ ରଖିଥିଲେ କଂଗ୍ରେସ ନେତା ପ୍ରିୟଙ୍କ ଖଡଗେ ।

ପୂର୍ବରୁ ମଧ୍ୟ ଭାରତକୁ ବିଜେପି ମୁକ୍ତ କରିବା ପାଇଁ କରାଯାଉଥିଲା ଅଭିଯାନ । ଏକାଠି ହୋଇଥିଲେ ବିରୋଧୀ ଦଳ । ପାଟନାରେ କରିଥିଲେ ବୈଠକ । ଯୋଗ ଦେଇଥିଲେ ୧୫ଟି ଦଳର ୩୦ରୁ ଉଦ୍ଧ୍ୱର୍ ନେତା । ତେବେ ବର୍ତ୍ତମାନ ଏହି ବୈଠକରେ ଆପ୍ ମଧ୍ୟ ଯୋଗ ଦେଇଛି । ଦିଲ୍ଲୀରେ ଯାହା ଘଟୁଛି ସେ ନେଇ ଆମେ ସ୍ପଷ୍ଟ । ଆଗାମୀ ଦିନରେ ଏଭଳି ସ୍ଥିତି କର୍ଣ୍ଣାଟକରେ ହୋଇପାରେ ବୋଲି କହି ପ୍ରତିକ୍ରିୟା ଦେଇଛନ୍ତି ପ୍ରିୟଙ୍କ ଖଡଗେ । ତେବେ କେବଳ ବିରୋଧୀ ବୋଲି ନୁହେଁ, ବିଜେପି ମଧ୍ୟ ନିଜର ଦଳକୁ ମଜଭୁତ କରିବା ତଥା ସ୍ଥାୟିତ୍ୱକୁ ବଜାୟ ରଖିବା ପାଇଁ ଚଳାଇଛି ଉଦ୍ୟମ । କାଲି ବିଜେପି ତଥା ଏନଡିଏ ସହଯୋଗୀ ଦଳମାନଙ୍କୁ ନେଇ ବୈଠକ କରାଯିବାର ଅଛି । ଯେଉଁଥିରେ ୩୦ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି