Masthead

ବେଙ୍ଗାଳୁରୁରେ ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ ଆରମ୍ଭ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏକାଠି ହେଉଛନ୍ତି ବିରୋଧୀ । ସାଥୀ ଖୋଜୁଛି ଏନଡିଏ । ୨୪ ପୂର୍ବରୁ ଶାସକ ଓ ବିରୋଧୀଙ୍କ ଗଠବନ୍ଧନ ରଣନୀତି । ବେଙ୍ଗାଳୁରୁରେ ଆରମ୍ଭ ହୋଇଛି ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ । ସାମିଲ ହୋଇଛନ୍ତି କାଶ୍ମୀରରୁ କନ୍ୟାକୁମାରୀ ୨୬ ଅଣ-ବିଜେପି ଦଳ । ଦିଲ୍ଳୀର ଅଧ୍ୟାଦେଶକୁ ନେଇ କଂଗ୍ରେସର ସ୍ୱର ବଳଦିବା ପରେ ଶେଷ ମୂହୁର୍ତ୍ତରେ ଏଂଟି୍ର କରିଛନ୍ତି କେଜ୍ରିୱାଲ । ୨୦୨୪ ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଜି ୨୬ ବିରୋଧୀ ଦଳକୁ ନେଇ ହେବ ବୈଠକ । ଏଥିରେ ଲୋକସଭା ଆସନକୁ ନେଇ ଭାଗବଂଟା ହେବ ବୋଲି ସୂଚନା ରହିଛି । ବିରୋଧୀ ଦଳ ବୈଠକର ନେତୃତ୍ୱ ନେବ କଂଗ୍ରେସ । ଦୁଇ ଦିନ ଧରି ବେଙ୍ଗାଲୁରୁରେ ହେବ ଏହି ବୈଠକ । ଯେଉଁଥିରେ ଆମ ଆଦମୀ ପାର୍ଟି ମଧ୍ୟ ଯୋଗ ଦେବ । ଭାରତରେ ଭାରତ ଓ ସମ୍ବିଧାନକୁ ବଂଚାଇବା ପାଇଁ ଆମେ ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ଏକାଠି ହୋଇଛୁ । ଏଭଳି ମତ ରଖିଥିଲେ କଂଗ୍ରେସ ନେତା ପ୍ରିୟଙ୍କ ଖଡଗେ ।

ପୂର୍ବରୁ ମଧ୍ୟ ଭାରତକୁ ବିଜେପି ମୁକ୍ତ କରିବା ପାଇଁ କରାଯାଉଥିଲା ଅଭିଯାନ । ଏକାଠି ହୋଇଥିଲେ ବିରୋଧୀ ଦଳ । ପାଟନାରେ କରିଥିଲେ ବୈଠକ । ଯୋଗ ଦେଇଥିଲେ ୧୫ଟି ଦଳର ୩୦ରୁ ଉଦ୍ଧ୍ୱର୍ ନେତା । ତେବେ ବର୍ତ୍ତମାନ ଏହି ବୈଠକରେ ଆପ୍ ମଧ୍ୟ ଯୋଗ ଦେଇଛି । ଦିଲ୍ଲୀରେ ଯାହା ଘଟୁଛି ସେ ନେଇ ଆମେ ସ୍ପଷ୍ଟ । ଆଗାମୀ ଦିନରେ ଏଭଳି ସ୍ଥିତି କର୍ଣ୍ଣାଟକରେ ହୋଇପାରେ ବୋଲି କହି ପ୍ରତିକ୍ରିୟା ଦେଇଛନ୍ତି ପ୍ରିୟଙ୍କ ଖଡଗେ । ତେବେ କେବଳ ବିରୋଧୀ ବୋଲି ନୁହେଁ, ବିଜେପି ମଧ୍ୟ ନିଜର ଦଳକୁ ମଜଭୁତ କରିବା ତଥା ସ୍ଥାୟିତ୍ୱକୁ ବଜାୟ ରଖିବା ପାଇଁ ଚଳାଇଛି ଉଦ୍ୟମ । କାଲି ବିଜେପି ତଥା ଏନଡିଏ ସହଯୋଗୀ ଦଳମାନଙ୍କୁ ନେଇ ବୈଠକ କରାଯିବାର ଅଛି । ଯେଉଁଥିରେ ୩୦ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ