Masthead

ସାଥୀ ଖୋଜୁଛି ଏନଡିଏ, ଜୁଲାଇ ୧୮ରେ ବିଜେପି ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି । ବେଙ୍ଗାଳୁରୁରେ ଆରମ୍ଭ ହୋଇଛି ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ । ଅନ୍ୟ ପଟେ ଏନଡିଏ ସାଥୀ ଖୋଜୁଛି । ଜୁଲାଇ ୧୮ରେ ବିଜେପି ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ୩୦ଟି ଦଳ ଏନଡିଏକୁ ନିଜ ସମର୍ଥନ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ବୈଠକକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଆପ୍ ନେତା ରାଘବ ଚଢା । ଯଦି ଗୋଟିଏ ମଣିଷ ହିଁ ଯଥେଷ୍ଟ ତେବେ ୩୦ ଦଳର ସମର୍ଥନର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଅନ୍ୟପକ୍ଷେ ବିରୋଧୀଙ୍କ ମହାଗଠବନ୍ଧନରେ ଆପ୍ର ଯୋଗଦାନକୁ ନେଇ ପ୍ରତିକି୍ରୟା ଦେଇଛନ୍ତି ବିଜେପି ନେତା ରାଜ୍ୟବର୍ଦ୍ଧନ ରାଠୋର । ବିଜେପି ବନାମ ବିରୋଧୀ ବୈଠକ ଚାଲିଥିବା ବେଳେ ଆଗକୁ ରହିଛି ସାଧାରଣ ନିର୍ବାଚନ । ଯାହା ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ ଓ ଏନଡିଏ ମଧ୍ୟରେ ଦମଦାର ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ