Masthead

ସାଥୀ ଖୋଜୁଛି ଏନଡିଏ, ଜୁଲାଇ ୧୮ରେ ବିଜେପି ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି । ବେଙ୍ଗାଳୁରୁରେ ଆରମ୍ଭ ହୋଇଛି ବିଜେପି ବିରୋଧୀଙ୍କ ସେକେଣ୍ଡ ସିଟିଙ୍ଗ । ଅନ୍ୟ ପଟେ ଏନଡିଏ ସାଥୀ ଖୋଜୁଛି । ଜୁଲାଇ ୧୮ରେ ବିଜେପି ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ୩୦ଟି ଦଳ ଏନଡିଏକୁ ନିଜ ସମର୍ଥନ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ବୈଠକକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଆପ୍ ନେତା ରାଘବ ଚଢା । ଯଦି ଗୋଟିଏ ମଣିଷ ହିଁ ଯଥେଷ୍ଟ ତେବେ ୩୦ ଦଳର ସମର୍ଥନର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଅନ୍ୟପକ୍ଷେ ବିରୋଧୀଙ୍କ ମହାଗଠବନ୍ଧନରେ ଆପ୍ର ଯୋଗଦାନକୁ ନେଇ ପ୍ରତିକି୍ରୟା ଦେଇଛନ୍ତି ବିଜେପି ନେତା ରାଜ୍ୟବର୍ଦ୍ଧନ ରାଠୋର । ବିଜେପି ବନାମ ବିରୋଧୀ ବୈଠକ ଚାଲିଥିବା ବେଳେ ଆଗକୁ ରହିଛି ସାଧାରଣ ନିର୍ବାଚନ । ଯାହା ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ ଓ ଏନଡିଏ ମଧ୍ୟରେ ଦମଦାର ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ