Masthead

‘ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭରୁ ହୋଇଛି ହଙ୍ଗାମା । ଦୁଇ କୁକି ମହିଳାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବାପରେ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ । ସେପଟେ ମଣିପୁର ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ‘ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି ।

ମହିଳାମାନଙ୍କ କ୍ଷେତ୍ରରେ ଯାହା ଘଟିଛି, କାହାକୁ ଛଡ଼ାଯିବନି । ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ମୁଁ ଦେଶବାସୀଙ୍କୁ କଥା ଦେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ତା ବାଟରେ ନିଶ୍ଚୟ କାମ କରିବ । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଖାସକରି ମହିଳା ମାନଙ୍କ ସୁରକ୍ଷା ପାଇଁ କଠିନରୁ କଠିନ ପଦକ୍ଷେପ ନିଅନ୍ତୁ । ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ