Masthead

ସ୍କୁଲ ଫିସ ଦେଇ ନଥିବାରୁ ଖରାରେ ଛିଡା ହେଲେ ଛାତ୍ରୀ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୁଳର ଶିମିଳିପଡା ନିକଟ ରାଣିଗୁଡା ପମ୍ପହାଉସ ନିକଟରେ ଏକ ଓମ ବିଦ୍ୟାମନ୍ଦିର ସ୍କୁଲ ଅଛି । ଏହି ବିଦ୍ୟାଳୟରେ ରାଜଲକ୍ଷ୍ମୀ ପାତ୍ର ନାମ୍ନୀ(୯) ଜଣେ ଛାତ୍ରୀ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ।

ତିନିମାସ ହେବ ସ୍କୁଲ ଫିସ ଦେଇ ନଥିବାରୁ ଗତକାଲି ସ୍କୁଲରେ ଛାତ୍ରୀଙ୍କୁ ତିନିଘଣ୍ଟା ପର‌୍ୟ୍ୟନ୍ତ ଖରାରେ ଛିଡା କରାଯାଇଥିଲା ବୋଲି ଛାତ୍ରୀ ଓ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍