Masthead

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ କଂଗ୍ରେସ ସତ୍ୟ ଶୁଣିବାକୁ ଚାହୁଁନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁରରେ ଘଟିଥିବା ଏହି ନିର୍ଦ୍ଦୟ ଘଟଣାର ଭାଇରାଲ ଭିଡିଓ ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାଜସ୍ଥାନ ସରକାର ଏବଂ ଟିଏମସିକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମଳନୀ କରି ସ୍ମୃତି ଇରାନୀ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ ସମ୍ବେଦନଶୀଳ ନୁହେଁ ବରଂ ଜାତୀୟ ସୁରକ୍ଷା ସମ୍ବନ୍ଧରେ ଏହାର ପ୍ରଭାବ ରହିଛି । ବିରୋଧୀ ଦଳର ନେତାମାନେ ଏହା ଜାଣିଛନ୍ତି। ତେଣୁ ବିରୋଧୀ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଯେ ଶୁକ୍ରବାର ଦିନ ରାଜସ୍ଥାନ ମନ୍ତ୍ରୀ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ପର୍କରେ କହିଥିଲେ ଏବଂ ତାଙ୍କୁ କଂଗ୍ରେସ ଅଜ୍ଞାତରେ ବରଖାସ୍ତ କରିଥିଲା। ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ କଂଗ୍ରେସ ସତ୍ୟ ଶୁଣିବାକୁ ଚାହୁଁନାହିଁ । ପଶ୍ଚିମବଙ୍ଗ ପଞ୍ଚାୟତିରାଜ ନିର୍ବାଚନ ସମୟରେ କଂଗ୍ରେସ ଲୋକମାନଙ୍କ ହତ୍ୟାକୁ ନେଇ ନିରବଦ୍ରଷ୍ଟା ସାଜିଛି ।

କାରଣ ଏମାନେ ଟିମଏସି ସହ ଅଛନ୍ତି । ସ୍ମୃତି କହିଛନ୍ତି ଯେ ଆଶ୍ଚର୍ଯ୍ୟ ଲାଗୁଛି ସମାନ ଭିଡ଼ିଓ ପଶ୍ଚିମବଙ୍ଗର ମାଲଦା ଠାରୁ ଆସିଛି ଯେଉଁଥିରେ ଦୁଇ ଦଳିତ ମହିଳାଙ୍କୁ ମାଡ ମରାଯିବା ସହ ସେମାନଙ୍କୁ ପୋଷାକ କାଢିବା ପାଇଁ ବାଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ