ବରଗଡ଼ ର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଧବଳ ମୁଖୀ ବେଶ ।

ବରଗଡ଼ : ମହାଳୟା ଅବସରରେ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ଗଙ୍ଗା ମାତା ରୂପେ ଦର୍ଶନ ଦେଇଥାନ୍ତି। ଗଙ୍ଗା ହେଲେ ଶୁଭ୍ରାଙ୍ଗୀ ଓ ମାତାଙ୍କ ନୀର ହେଲା ପବିତ୍ର। ଗଙ୍ଗାକୁ ଯାଇ କୂଳୋଦ୍ଧାର ପାଇଁ ତର୍ପଣ କରିବା ସବୁବେଳେ ସମ୍ଭବ ହୋଇ ନଥାଏ। ତେଣୁ ଗଙ୍ଗା ରୂପୀ ସମଲେଶ୍ୱରୀଙ୍କ ପାଦତଳେ ମାନସିକ ତର୍ପଣ କଲେ କୂଳୋଦ୍ଧାର ହୁଏ ବୋଲି ଭକ୍ତମାନଙ୍କ ମନରେ ଆବେଗଭରା ବିଶ୍ୱାସ ରହିଛି। ଗଙ୍ଗା ସ୍ୱରୁପିଣୀ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ପଞ୍ଚପ୍ରାଣ ପବିତ୍ର ଲାଭ କରିଥାଏ।
ଏହି ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଗଙ୍ଗା ମାତା ସାଜି ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ଼ କଟକଣା ଯୋଗୁଁ ଭକ୍ତମାନେ ମନ୍ଦିର ବାହାରେ ମା’ଙ୍କୁ ଦର୍ଶନ କରିଥିଲେ। ମା’ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ଭକ୍ତ ମାନଙ୍କୁ ଏହି ଧଳା ତଥା ଶୁଭ୍ର ରଙ୍ଗରେ ଦର୍ଶନ ଦେଇଥାନ୍ତି। ମା’ଙ୍କୁ ପାରମ୍ପାରିକ ରୀତିନୀତିରେ ପୂଜା ପରେ ବିଭିନ୍ନ ପ୍ରକାର ଶ୍ୱେତ ଅଳଙ୍କାର, ଶ୍ୱେତ ବସ୍ତ୍ର ଓ ଶ୍ୱେତ ପୁଷ୍ପ ଦ୍ୱାରା ସୁସଜ୍ଜିତ କରାଯାଇଛି। ପଣ୍ଡିତମାନଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ନିମିତ୍ତ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭଗବତୀ ମା’ ସମଲେଇଙ୍କ ଠାରେ ମହାଳୟା ବିହିତ ଦୀପ ପ୍ରଜ୍ଜ୍ବଳନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!