Before Header

ନାଗ ଦେବତାଙ୍କୁ ପୂଜା

0 71

ଜଟଣୀ(ବଡ଼ ଖବର ବ୍ୟୁରୋ): ଜଟଣୀରେ ତେଲୁଗୁ ସମ୍ପ୍ରଦାୟର ବିବାହିତା ମହିଳାମାନେ ନିଜ ପରିବାର ଓ ସନ୍ତାନଙ୍କ ଶୁଭ ମନାସୀ ନାଗ ଚତୁର୍ଥୀ ଅବସରରେ ନାଗ ଦେବତାଙ୍କୁ ପୂଜା କରିଥିଲେ। ପ୍ରତିବର୍ଷ ଦୀପାବଳି ଅମାବାସ୍ୟାର ୪ଦିନ ପରେ ଏହି ପୂଜା ପାଳିତ ହୋଇଥାଏ । ସକାଳୁ ମହିଳାମାନେ ଊଇ ହୁଙ୍କା ନିକଟରେ ନୈବେଦ୍ୟ , ପୁଷ୍ପ , ଧୂପଦୀପ ଦେଇ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ନାଗ ଚତୁର୍ଥୀରେ ଊଇ ହୁଙ୍କା ମୂଳେ ନାଗ ଦେବତାଙ୍କୁ ପୂଜା କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି।

Leave A Reply

Your email address will not be published.