Masthead

ଏଥର ରାଜ୍ୟରେ ମହିଳା ଭୋଟ ବିଜେପି ପାଖକୁ ଆସିବ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିର ମହିଳା ନେତ୍ରୀ ସଂଯୁକ୍ତା ମହଲାଙ୍କୁ କେମିତି ନ୍ୟାୟ ମିଳିବ ସେ ବିଷୟରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀରେ ଆଲୋଚନା ହେବା କଥା। ତାଙ୍କୁ ନ୍ୟାୟ ଦେବାକୁ ବିଜେଡି ନେତ୍ରୀମାନେ କେତେ ପର୍ଯ୍ୟନ୍ତ ଲଢେଇ କରିବେ ସେ ବିଷୟରେ ଆଲୋଚନା କରିବା କଥା ବୋଲି ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା । ସେ କହିଛନ୍ତି ବିଜେଡିର ନେତା ମନ୍ତ୍ରୀମାନେ ହଜାର ହଜାର ସଂଯୁକ୍ତା ମହଲା ତିଆରି କରି ସାରିଲେଣି। ସେମାନଙ୍କୁ କେମିତି ନ୍ୟାୟ ଦେବେ ବିଜେଡି ନେତ୍ରୀ।

ସେ ଯାହା ବି ପ୍ରସଙ୍ଗ ନେଇ ମହିଳାଙ୍କ ପାଖକୁ ଯିବେ, ମହିଳା ସେମାନଙ୍କୁ ପ୍ରଶ୍ନ କରିବେ। କାହିଁକି ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ମହିଳା ସୁରକ୍ଷା ନେଇ ବିଜେଡି ନେତ୍ରୀଙ୍କୁ ଉତ୍ତର ଦେବାକୁ ପଡ଼ିବ। ଅଙ୍ଗନୱାଡି ଏବଂ ଆଶା ଦିଦିଙ୍କ ଦରମା କାହିଁକି ଦରମା ବଢିଲାନି ତାର ଉତ୍ତର ଦେବାକୁ ପଡ଼ିବ। ଏ ସରକାର ଖାଲି ମହିଳାଙ୍କୁ ବୋକା ବନାଉଛନ୍ତି କିନ୍ତୁ ଏଥର ସଫଳ ହେବେନି। ଏଥର ରାଜ୍ୟରେ ମହିଳା ଭୋଟ ବିଜେପି ପାଖକୁ ଆସିବ।

ପ୍ରକୃତରେ ମହିଳାମାନଙ୍କ ସରକାର ହେଲା ମୋଦି ସରକାର। ମୋଦି ସରକାର ସହ ମହିଳାମାନେ ଅଛନ୍ତି। ବିଜେଡି ଠାରୁ ମାତ୍ର ୧୫ ଲକ୍ଷ ଭୋଟ୍ କମ୍ ପାଇଥିଲା। ତେଣୁ କେବଳ ବିଜେଡି ନୁହେଁ ବିଜେପି ପାଖେ ବି ମହିଳା ଭୋଟ୍ ଅଛି। ବିଜେପି ବି ସାଂଗଠନିକ ଢାଞ୍ଚାରେ ସଂରକ୍ଷଣ ଦେଇ ନେତ୍ରୀ ତିଆରି କରୁଛି। ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲେସନ ଆଣୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?