Masthead

୨୦୨୪ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ୧୯ର ମିଟିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୩ ରାଜ୍ୟରେ ବିଜୟ ଦେଖି ଉତ୍ସାହିତ ଓଡ଼ିଶା ବିଜେପି । ବିଜୟମନ୍ତ୍ର ଦେବାକୁ ଆଗକୁ ଓଡ଼ିଶା ଆସିପାରନ୍ତି ମୋଦି । ହେଲେ ଏହା ପୂର୍ବରୁ ଓଡ଼ିଶା ବିଜେପିର ପୁରା ଟିମ ଯିବେ ଦିଲ୍ଲୀ । କିଛି ଦିନ ତଳେ ରାଜ୍ୟ ସଭାପତି ମନମୋହନ ସାମଲ ଯାଇ ଭେଟିଥିଲେ ହାଇକମାଣ୍ଡଙ୍କୁ । ଏଥର ମନମୋହନ ଯିବେ, ପଦାଧିକାରୀ ଯିବେ ତା ସହ ଓଡ଼ିଶା ବିଜେପିର ସବୁ ସାଂସଦ ଓ ବିଧାୟକ ବି ଯିବେ । ୨୪ ଲଢେଇରେ ଓଡ଼ିଶା ବିଜେପି କେମିତି ଲଢିବ ଫାଇନାଲ ରଣନୀତି ପ୍ରସ୍ତୁତ ହେବ । ଏହି ବୈଠକ ହିଁ କହିବ ବିଜେଡି ସହ ସବୁ ଶକ୍ତି ଖଟେଇ ଲଢିବା ପାଇଁ କେନ୍ଦ୍ର ବିଜେପି ଚାହିଁବ ନା ନାହିଁ । ବିଧାୟକ ଓ ସାଂସଦଙ୍କୁ ଦିଲ୍ଲୀ ଡାକରା ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଣ କହୁଛନ୍ତି ଆସନ୍ତୁ ଶୁଣିବା । ଯାହା ସୂଚନା ମିଳିଛି ଏହି ବୈଠକରେ ଓଡ଼ିଶା ବିଜେପିର ଚେହେରା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରହିବେ ।

ଓଡ଼ିଶା ବିଜେପିର ଶକ୍ତି, ସମ୍ଭାବନା ଓ ପ୍ରସ୍ତୁତି ସମ୍ପର୍କରେ ଟିକନିଖ ତଥ୍ୟ ବୁଝିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କମସେକମ ୧୫ ଲୋକସଭା ଆସନ ଜିତିବାର ସମ୍ବାବନା ଥିଲେ ବିଜେପି ବିଜେଡି ବିରୋଧରେ କଡା ଲଢେଇ କରିବାକୁ ଆଗେଇ ଆସିବ । ତେବେ ଏସବୁ ଭିତରେ ଓଡ଼ିଶା ବିଜେପିର ନେତାମାନେ ବିଜେଡି ସହ ଜୋରଦାର ମୁକାବିଲାର ସୂଚନା ଦେଇ ସାରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଓଡ଼ିଶାରେ ବିଜେପି ୧୫ ଲୋକସଭା ଆସନରେ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେହିଭଳି ଶନିବାର ଓଡ଼ିଶାର ଗଣମାଧ୍ୟମକୁ କହିଛନ୍ତି ୨୦୨୪ରେ ଏଠି ବିଜେପିର ସରକାର ହେବ । ସେହିଭଳି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ମଧ୍ୟ ବିଜେଡି ସହ କୌଣସି ସାଲିସ ହେବାର ନାହିଁ ଲଢେଇ ଆରପାର ହେବ ବୋଲି କହିଛନ୍ତି । ଏସବୁ ସମୀକରଣ ଭିତରେ ବିଜେଡି ଓ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛନ୍ତି । ୨୦୧୯ରେ ବିଜେଡି ସହ ସବୁ ଶକ୍ତି ଖଟାଇ ଲଢେଇ କରିଥିଲା ବିଜେପି । ତେବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ । ଆଉ ଏହି ଚର୍ଚ୍ଚାରେ ବିଜେପି ହିଁ କ୍ଷତିଗ୍ରସ୍ତ ହୁଏ । ଆଜିବି ବିଜେପିର ଆଭିମୁଖ୍ୟକୁ ନେଇ ଅନେକ ଦ୍ୱନ୍ଦ୍ୱରେ ଅଛନ୍ତି । ତେଣୁ ଏହି ବୈଠକ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ