Masthead

ଏନଡିଏରେ ନାହାନ୍ତି ଚିରାଗ, ହାଜିପୁର ଆସନ ଛାଡ଼ିବି ନାହିଁ : ପଶୁପତି ପାରଶ

ବିହାର (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନକୁ ନେଇ ଚାଲିଛି ମାନସମନ୍ଥନ । ସବୁ ଦଳ ନିଜ ନିଜ ଭିତରେ ଅଙ୍କକଷା ଆରମ୍ଭ କଲେଣି । ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ଏହି ଆସନରେ ତାଙ୍କ ଦାବିକୁ ସମର୍ଥନ କରିବ । କିନ୍ତୁ ଚିରାଗ ପାଶୱାନଙ୍କ ସମର୍ଥନ କରିବେ ନାହିଁ ।

କାରଣ ସେ ଏପର୍ଯ୍ୟନ୍ତ ମେଣ୍ଟର ଅଂଶ ହୋଇ ନାହାନ୍ତି। ସେ ଏକ ସାମ୍ବାଦିକ ସମ୍ମଳନୀ କରି କହିଛନ୍ତି, ଅନେକ ସ୍ଥାନରେ ଭୁଲ ବୁଝାବଣା ବ୍ୟାପିବାରେ ଲାଗିଛି ଯେ ଦାଦା-ପୁତୁରା ଏକ ହୋଇସାରିଛନ୍ତି । କିନ୍ତୁ ଏହା ହେଉଛି ଆମର ବିହାରର ସଂସ୍କୃତି। ମୁଁ ସର୍ମ୍ପକରେ ଦାଦା, ତେଣୁ ଆମର ବିହାର ସଂସ୍କୃତିରେ ପାଦ ଛୁଇଁ ବଡ଼ମାନଙ୍କୁ ପ୍ରଣାମ କରିବାର ପରମ୍ପରା ଅଛି । ସେଦିନ ଚିରାଗ ମଧ୍ୟ ସଭାକୁ ଯାଇଥିଲେ ଏବଂ ଯେତେବେଳେ ସେ ହଠାତ୍ ସାମ୍ନାକୁ ଆସିଲେ, ସେ ମୋର ପାଦ ଛୁଇଁଥିଲେ ।

ମୁଁ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲି । ଏହାକୁ ଅନ୍ୟ କୌଣସି ଊପାୟରେ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭୁଲ୍ । ଆମର ଉଭୟଙ୍କର ଭିନ୍ନ ପାର୍ଟି ଅଛି । ମୋର ଏବଂ ଚିରାଗ ପାସୱାନଙ୍କ ରାଜନୀତି ଅଲଗା । ବୈଠକରେ ନିଶ୍ଚିତ ଭାବେ ଚିରାଗଙ୍କୁ ଡକାଯାଇଥିଲା । କିନ୍ତୁ ସେ ବର୍ତ୍ତମାନ ଏନଡିଏ ସହିତ ନାହାଁନ୍ତି । କିନ୍ତୁ ଆମେ ଏନଡିଏ ସହିତ ଅଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା