Masthead

ଚୁଆ ମେଣ୍ଟାଉଛି ଆଦିବାସୀଙ୍କ ଶୋଷ

ଟାଙ୍ଗୀ-ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ ): ଯୋଜନା ପରେ ଯୋଜନା ତିଆରି ହେଉଛି । କୁହାଯାଉଛି ବଦଳୁଛି ବିକାଶର ଚିତ୍ର । କିନ୍ତୁ, ଉପକୂଳ ଜିଲ୍ଲାର ଆଦିବାସୀ ବସ୍ତିକୁ ଗଲେ ସେଠାକାର ବାସ୍ତବ ସ୍ଥିତି ବୟାନ କରୁଛି ଏହାର ସଂପୁର୍ଣ୍ଣ ଅଲଗା । ସରକାରଙ୍କ ପକ୍ଷରୁ, ଆଦିମ ଜନଜାତି ଲୋକମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ଏଥିପାଇଁ ରାଜକୋଷରୁ ବ୍ୟାପକ ଅର୍ଥ ମଧ୍ୟ ବ୍ୟୟ ହେଉଛି । କିନ୍ତୁ ସ୍ୱଚ୍ଛ ପିଇବା ପାଣି ମୁନ୍ଦାଏ ଲୋକଙ୍କ ପାଖରେ ଏଯାଏଁ ପହଞ୍ଚି ପାରୁନି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକରେ । ଏହି ବ୍ଲକରେ ଏପରି କିଛି ଗାଁ ଅଛି ଯେଉଁଠି ଆଜିବି ସ୍ୱଚ୍ଛ ପିଇବା ପାଣି ମୁନ୍ଦାଏ ପହଞ୍ଚିପାରିନାହିଁ । ପ୍ରଶାସନ ମଧ୍ୟ ଏଠାରେ ଚୁପ ଓ ସ୍ଥାଣୁ ପାଲଟିଯାଇଛି । କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଧିନରେ ଥିବା ମହିଷାଲଣ୍ଡା ପଞ୍ଚାୟତ ଦୁଧିଆନାଳି ଗାଁ’ରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ଚଟାଣସାହି ଆଦିବାସୀ ବହୁଳ ଗାଁ’ ଆଜି ଯେମିତି ପରାଧୀନ । ସ୍ୱାଧିନତାର ଦୀର୍ଘ ବର୍ଷ ପରେବି ମୁନ୍ଦାଏ ପିଇବା ପାଣିପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ପାନୀୟ ଜଳରୁ ବଞ୍ଚିତ ଏହି ଗାଁ’ର ନିରିହ ଆଦିବାସୀ ମାନେ “ଚୁଆ” ଖୋଳି ସେଥିରୁ ପାଣି ସଂଗ୍ରହ କରି ମେଣ୍ଟାଉଛନ୍ତି ଶୋଷ ।

ଅନେକ ଦିନ ତଳେ ସରକାରୀଭାବେ ଗୋଟିଏ ନଳକୂପ ଖୋଳାଯାଇଥିଲା,ତାହା ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି । ଖରାଦିନ ହେଉ କି ବର୍ଷାଦିନ, ପିଇବା ପାଣି କଥା ପଡିଲେ “ଚୁଆ” ପାଣି ହେଉଛି ଏମାନଙ୍କର ଏକମାତ୍ର ଭରସା । ବିଲରେ ଏକ ଚୁଆ ଖୋଳି, ସେଠାରୁ ପାଣିଆଣି ନିଜର ରୋଷେଇ କାର୍ଯ୍ୟ ଆଦି କରନ୍ତି ଏହି ଆଦିବାସୀ ଲୋକମାନେ । ବିଲରେ ସାର ଏବଂ ଔଷଧ ପ୍ରୟୋଗ ଯୋଗୁଁ ସେହି ପାଣି ଚୂଆରେ ମିଶିବା ଫଳରେ ଏହି ପାଣିକୁ ପିଇବା ଦ୍ୱାରା ଗାଁ’ରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ଆଦିବାସୀ ମାନଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ । କିନ୍ତୁ ଆଦିବାସୀ ଅଞ୍ଚଳରେ ଏହା ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଛି । ସରକାରୀ ବାବୁମାନେ ଏହି ଆଦିମ ଜନଜାତି ବସ୍ତିର ଲୋକଙ୍କ ଉପରେ କେବେ ପଡ଼ିବ ସରକାରଙ୍କ ଦୃଷ୍ଟି । କେବେ ବଦଳିବ ଏମାନଙ୍କର ଭାଗ୍ୟ ତାହା ଉପରେ ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା