Masthead

କଂଗ୍ରେସ ପାଇଁ ପ୍ରଚାର କରିବେ ୩୦, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ଡିସେମ୍ବର ୩ରେ ବାଲେଶ୍ୱର ସଦର ଓ ଜଗତସିଂପୁର ଜିଲ୍ଲାର ତିର୍ତ୍ତେଲରେ ହେବ ଉପନିର୍ବାଚନ । ଆଜି ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଆସନ୍ତାକାଲି ଯାଞ୍ଚ । ୧୯ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ୟ୍ୟ କରାଯାଇଛି । ବିଜେଡି, ବିଜେପି ଓ କଂଗ୍ରେ ପକ୍ଷରୁ ଏହି ଦୁଇ ଆସନରେ ପ୍ରାର୍ଥୀ ଦିଆଯାଇଥିବାରୁ ଜମିଲାଣି ପ୍ରଚାର । ଏହାର ଭିତରେ ଆଜି କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ୩୦ ଜଣିଆ ଷ୍ଟାର କାମ୍ପେନରଙ୍କ ତାଲିକା ପ୍ରକାଶ କରିଛି ।

ସେମାନେ ହେଲେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂ, ଜିତେନ୍ଦ୍ର ପ୍ରସାଦ, ଭକ୍ତ ଚରଣ ଦାସ, ଅନୀଲ ଚୌଧୁରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଜି. ରୁଦ୍ର ରାଜୁ, ଶରତ ରାଉତ, ଡ. ବିଶ୍ୱରଞ୍ଜନ ମହାନ୍ତି, ଡ. ରଜନୀ ନାୟକ, ସୁସ୍ମିତା ଦେବ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲ ତିରିଆ, ଅଭିଜିତ୍ ମୁଖାର୍ଜୀ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ରଞ୍ଜୀବ ବିଶ୍ୱାଳ, ଇମ୍ରାନ୍ ପ୍ରତାପଗ୍ରାହୀ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ହୁସେନ୍ ଓ ଡ. ସ୍ମୃତିରଞ୍ଜନ ଲେଙ୍କା । କଂଗେସର ଏହି ଭେଟରାନ୍ମାନେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନିର୍ବାଚନ ମଣ୍ଣଳୀର ଦ୍ୱାର ଦ୍ୱାର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଏହି ନେତାମାନେ ଭୋଟରଙ୍କୁ କଂଗେସର ନୀତି ଓ ଆଦର୍ଶ ସମ୍ପର୍କରେ ମଧ୍ୟ ଅବଗତ କରାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼