Masthead

ବଡ଼ ଖବର ପ୍ରଭାବ : ଶବଦାହ ଦେଖିବା ମନା

କଟକ, (ବଡ଼ ଖବର ବ୍ୟୁରୋ): ଗତ କିଛି ଦିନ ତଳେ ବଡ଼ ଖବରରେ ପ୍ରସାରିତ ହୋଇଥିଲା ‘ସତୀଚଉରାର ସତ’ ଶୀର୍ଷକ ଖବର । ଯେଉଁଥିରେ ଆମେ ଦେଖାଇ ଥିଲୁ କଟକ ସତୀଚୈରାରେ କରୋନାଜନିତ ମୃତକଙ୍କ ଶବଦାହ ଫଳରେ କିପରି ସାଧାରଣ ଜନତା ର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । କଟକର ସମସ୍ତ କୋଭିଡ଼ ଏବଂ ଅଣ କୋଭିଡ଼ ବ୍ୟକ୍ତିଙ୍କର ଶବଦାହ କରାଯାଉଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ମଧ୍ୟ ଅଭିଯୋଗ କରିଥିଲେ । ଏହାପରେ ଏହି ଖବର ବଡ଼ ଖବର ମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନ ମୁଡ଼କୁ ଆସିଛି ପ୍ରଶାସନ । ବିଶେଷ କରି ଏହାଅନେକ ସ୍ଥାନ କୁ ସଂଯୋଗ କରୁଥିବା ରୁ ମଧ୍ୟ ଏହାଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଅଭିଯୋଗ ହୋଇଆସୁଥିଲା । ଦୀର୍ଘଦିନ ପରେ ଭାଙ୍ଗିଛି ପ୍ରଶାସନର ନିଦ । ୧୦ଦିନ ଭିତରେ ପାଚେରୀ ବୁଲାଇ ସାଧାରଣ ଜନତାପାଇଁ ଶବ ଦାହ ଦେଖିବାକୁ ନିଷିଦ୍ଧ କରିବାକୁ ନିଷ୍ପତି ନେଇଛି କଟକ ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ