Masthead

ଜାଣନ୍ତୁ.. କେଉଁ ସିଟରେ ପ୍ରାର୍ଥୀ ଫାଇନାଲ କଲା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି । ଭୋଟ ବ୍ୟାଙ୍କ ବଢାଇବା ଏବଂ ଅଧିକରୁ ଅଧିକ ସିଟ୍ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି କଂଗ୍ରେସ । ସିକ୍ରେଟ ମିଟିଂରେ ଫାଇନାଲ ହୋଇଛି ୪୦ ସିଟ୍ । ପୁରା ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି ରାଜ୍ୟ କଂଗ୍ରେସ । ଏଥର କଂଗ୍ରେସ ଫୋକସରେ ରହିଛି ଅବିଭକ୍ତ ଜିଲ୍ଲା କୋରାପୁଟ । କୋରାପୁଟରେ କିଛି ବିଧାନସଭାର ପ୍ରାର୍ଥୀ ଚୂଡାନ୍ତ କରିଛି । ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ କୋରାପୁଟରୁ ଅଛନ୍ତି ।

ଜୟପୁର ଆସନ ବି କଂଗ୍ରେସ ପାଖରେ ରହିଛି । କୋରାପୁଟରେ କଂଗ୍ରେସ ପାଇଁ ରହିଛି ବଡ଼ ଆଶା । ବାଲେଶ୍ୱରକୁ ମଧ୍ୟ ଫୋକସରେ ରଖିଛି କଂଗ୍ରେସ । ବାଲେଶ୍ୱର ଜିଲ୍ଲା ଭୋଗରାଇ, ବାଲେଶ୍ୱର ସଦରରେ ପ୍ରାର୍ଥୀ ଚୂଡାନ୍ତ କରିଛି । ବସ୍ତା, ଜଳେଶ୍ୱରରେ ବି ଟିକଟ କନଫର୍ମ କରିଛି ପିସିସି । ମାଲକାନଗିରିର ଚିତ୍ରକୋଣ୍ଡା ପାଇଁ ମଧ୍ୟ ବିଧାନସଭା ପ୍ରାର୍ଥୀ ଫାଇନାଲ ହୋଇଛି । କେନ୍ଦ୍ରାପଡ଼ାର ରାଜନଗର, ଆଳି ପାଇଁ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି ।

ସେହିଭଳି କଟକ ଜିଲ୍ଲାର ୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଫାଇନାଲ କରିଛି । ବାଙ୍କୀ ଓ ମାହାଙ୍ଗାରେ ପ୍ରାର୍ଥୀ ଚୂଡାନ୍ତ କରିଛି ରାଜ୍ୟ କଂଗ୍ରେସ । ଭଦ୍ରକ ଜିଲ୍ଲାର ୩ଟି ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇଛି । ଭଦ୍ରକ, ଭଣ୍ଡାରୀପୋଖରୀ, ବାସୁଦେବପୁର ପାଇଁ ସିଟ୍ ଫାଇନାଲ ହୋଇଛି । ଗଜପତିର ପାରଳାଖେମୁଣ୍ଡି ଏବଂ ମୋହନା ଆସନ ପାଇଁ ବି ପ୍ରାର୍ଥୀ ଚୂଡାନ୍ତ । ୮ ଷ୍ଟାଣ୍ଡିଂ ବିଧାୟକ ପାଇଁ ବି ପ୍ରାର୍ଥୀ ଚୂଡାନ୍ତ ହୋଇଛି । ବିଧାୟକ ନିଜେ ଲଢିବେ ନ ହେଲେ ସୁପାରିସ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ