Masthead

ବିନାହେଲମେଟରେ ଗଡିବନାହିଁ ଗାଡି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ସବୁକିଛି ହାରମାନେ । ମନରେ ଯଦି କିଛି କରିବାର ଇଚ୍ଛା ଜାଗ୍ରତ ହୁଏ ତେବେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ମଣିଷ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚଞ୍ଚିଥାଏ । ଏହି କଥାକୁ ପ୍ରମାଣ କରିଦେଖାଇଛନ୍ତି ଉତ୍ତରପ୍ରଦେଶ ସୋନଭଦ୍ର ବ୍ଲକ ମଧୁପୁର ଗାଁର ଦ୍ୱାଦଶ ଶ୍ରେଣୀର ଛାତ୍ର ଇନ୍ଦ୍ରେଶ କୁମାର ।

ପରିବାରରେ ପିତା ମାତା, ଦୁଇ ଭଉଣୀ ,ବଂ ସାନଭାଇଙ୍କ ସହ ରୁହନ୍ତି ଇନ୍ଦ୍ରେଶ । ଇନ୍ଦ୍ରେଶ ଜଣେ ଭିନ୍ନକ୍ଷମ ଛାତ୍ର ଅଟନ୍ତି । ଚାଲିବାକୁ ସେ ଅସମର୍ଥ । ତାଙ୍କ ଗୋଡର ୫୦% ଅକର୍ମଣ୍ୟ ଅଟେ । ଏହାସତ୍ତ୍ୱେ ସେ କିଛି ଏପରି କାର୍ଯ୍ୟ କରିଦେଖାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ଏପରି ଏକ ହେଲମେଟ ଉଦ୍ଭାବନ କରିଛନ୍ତି ଯାହାଦ୍ୱାରା ଦୁର୍ଘଟଣାକୁ ଏଡାଯାଇପାରିବ । ସେ ଏପରି ଏକ ହେଲମେଟ ଆବିଷ୍କାର କରିଛନ୍ତି ଯାହାକୁ ବାଇକ ସହ ସଂଯୋଗ କରିବା ପରେ ହେଲମେଟ ନ ପିନ୍ଧିଲା ଯାଏଁ ବାଇକ ଗଡିବନାହିଁ ।

ସେହିପରି ବାଇକ ଆରୋହୀ ଯଦି ମଦ୍ୟପାନ କରି ବାଇକ ଚଳାନ୍ତି ତେବେ ମଧ୍ୟ ମଦ୍ୟପାନର ଦୁର୍ଗନ୍ଧରେ ବାଇକ ଗଡିବ ନାହିଁ । ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସପାଇବ ଏବଂ ମଦ୍ୟପାନକରି ଗାଡି ଚଳାଇବା ହାର ମଧ୍ୟ କମିବ । ଇନ୍ଦ୍ରେଶଙ୍କ ଏପରି କରିବା ପଛର ଉଦ୍ଦେଶ୍ୟ ହେଉଛି ୨ ବର୍ଷ ପୂର୍ବେ ତାଙ୍କ ପିତା ମଦ୍ୟପାନ କରି ଗାଡି ଚଳାଉଥିଲେ । ସେହି ସମୟରେ ଦୁର୍ଘଟଣାର ଶିକାର ହୋଇ ଆହାତ ହୋଇଥିଲେ । ହେଳମେଟ ନ ପିନ୍ଧିଥିବା କାରଣରୁ ମୁଣ୍ଡରେ ଆଘାତ ବାଜିଥିଲା ।

ସେବେଠାରୁ ଇନ୍ଦ୍ରେଶ ଏପରି ଏକ ହେଲମେଟ ତିଆରି କରିବାକୁ ସଂକଳ୍ପ ନେଇଥିଲେ । ଇନ୍ଦ୍ରେଶଙ୍କର ଏପରି କାର୍ଯ୍ୟଦକ୍ଷିତା ହେତୁ ଉତ୍ତରପ୍ରଦେଶର ପରବିହନ ମନ୍ତ୍ରୀ ଦିନଶଙ୍କର ସ୍ୱାଇଁ ତାଙ୍କୁ ପ୍ରଶଂସା କରିବା ସହ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଇନ୍ଦ୍ର୍ରଶଙ୍କ ଉଦ୍ଭାବନ ଏବେ ସମଗ୍ର ରାଜ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ଇନ୍ଦ୍ରଶ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ଉଦ୍ଭାବନକୁ ଆହୁରି ଉନ୍ନତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ