Masthead

ସ୍ଥଗିତ ହେଲା ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରଣୀଙ୍କ ଯାତ୍ରା ସ୍ଥଗିତ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ । ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଦେଖିବା ପାଇଁ ଅନେକ ଦୂରରୁ ଲୋକମାନେ ଆସିଥାନ୍ତି । ମାଁ ଙ୍କ ଯାତ୍ରାରେ ସାମିଲ ହୁଆନ୍ତି । ଚଳିତ ବର୍ଷ ଏହି ଯାତ୍ରାରେ ଯବନିକା ପଡ଼ିଛି। ସମସ୍ତେ ନିରାଶ ହୋଇପଡ଼ିଛନ୍ତି ।

ସହ ସହ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ଯାତ୍ରା ପ୍ରାୟ ୨୧ ରୁ ୨୫ ଦିନ ଧରି ଅନୁଷ୍ଠିତ ହୋଇଥାଏ । କୋଭିଡ କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ୭ ଦିନ ଯାତ୍ରାକୁ ଅନୁମତି ଦେବା ନିଷ୍ପତି ହୋଇଥିଲା । ଯାତ୍ରାର ନୀତି ନିୟମ ଅନୁସାରେ ୨୧ ଦିନ ଯାତ୍ରା ହେବା ପରମ୍ପରା ରହିଛି। ଶୁକ୍ରବାର ମଧ୍ୟରାତ୍ର୍ରିେ ମହାନଗର ନିଗମ କାର୍ଯ୍ୟାଳୟରେ କମିଶନର ଉପଜିଲ୍ଲାପାଳ ଓ ଯାତ୍ରା ପରିଚାଳକ ଦେଶୀ ବେହେରା ବୈଠକ ବସି ଆଲୋଚନା ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ଶୁକ୍ରବାର ରାତିରେ ମାଁ ଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଥାନ୍ତା। ଶହଶହ ବର୍ଷର ପରମ୍ପରା ଫିକା ପଡ଼ିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ