ସ୍ଥଗିତ ହେଲା ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରଣୀଙ୍କ ଯାତ୍ରା ସ୍ଥଗିତ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ । ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଦେଖିବା ପାଇଁ ଅନେକ ଦୂରରୁ ଲୋକମାନେ ଆସିଥାନ୍ତି । ମାଁ ଙ୍କ ଯାତ୍ରାରେ ସାମିଲ ହୁଆନ୍ତି । ଚଳିତ ବର୍ଷ ଏହି ଯାତ୍ରାରେ ଯବନିକା ପଡ଼ିଛି। ସମସ୍ତେ ନିରାଶ ହୋଇପଡ଼ିଛନ୍ତି ।

ସହ ସହ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ଯାତ୍ରା ପ୍ରାୟ ୨୧ ରୁ ୨୫ ଦିନ ଧରି ଅନୁଷ୍ଠିତ ହୋଇଥାଏ । କୋଭିଡ କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ୭ ଦିନ ଯାତ୍ରାକୁ ଅନୁମତି ଦେବା ନିଷ୍ପତି ହୋଇଥିଲା । ଯାତ୍ରାର ନୀତି ନିୟମ ଅନୁସାରେ ୨୧ ଦିନ ଯାତ୍ରା ହେବା ପରମ୍ପରା ରହିଛି। ଶୁକ୍ରବାର ମଧ୍ୟରାତ୍ର୍ରିେ ମହାନଗର ନିଗମ କାର୍ଯ୍ୟାଳୟରେ କମିଶନର ଉପଜିଲ୍ଲାପାଳ ଓ ଯାତ୍ରା ପରିଚାଳକ ଦେଶୀ ବେହେରା ବୈଠକ ବସି ଆଲୋଚନା ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ଶୁକ୍ରବାର ରାତିରେ ମାଁ ଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଥାନ୍ତା। ଶହଶହ ବର୍ଷର ପରମ୍ପରା ଫିକା ପଡ଼ିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’