ପୁରୀ (ବଡ଼ ଖବର ବ୍ୟୁରୋ): ବନକ ଲାଗି ନୀତିକୁ ନେଇ ବଢୁଛି ବିବାଦ । ଆଜି ବସିବ ନୀତି ସବ୍-କମିଟି ବୈଠକ । ବୈଠକରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କେବେ ଓ କେଉଁଦିନ ହେବ, ସେନେଇ ନିଷ୍ପତ୍ତି ହେବ । ବୈଠକର ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ବନକଲାଗି ନୀତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ନୀତି କରିବା ପାଇଁ ଦତ୍ତମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଗୁରୁବାର ବନକଲାଗି କରିବାକୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିଲେ ଦତ୍ତ ମହାପାତ୍ର ସେବାୟତ । ବନକ ଘରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନୀତି ନ କରିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ତେଣୁ ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଭେଟି ବନକଲାଗି ନୀତି କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।