Masthead

ବରୁଣ ତେଜଙ୍କ ସହ ସ୍କ୍ରିନ ସେୟାର କରିବେ ନୋରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ନୋରା ଫତେହି ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି । ଏହା ବ୍ୟତୀତ ସେ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନୋରା ମୁଖ୍ୟତ ତାଙ୍କ ନୃତ୍ୟ ପାଇଁ ଜଣାଶୁଣା । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ ରେ ତାଙ୍କ ଗୀତ ‘ଦିଲବର’ ସହିତ ସେ ବହୁ ଲୋକପ୍ରୟତା ହାସଲ କରିଥିଲେ । ନୋରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ନୋରା ଖୁବ୍ ଶିଘ୍ର ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ବରୁଣ ତେଜଙ୍କ ସହ ସ୍କ୍ରିନ ସେୟାର କରିବେ ।
ଖବର ଅନୁଯାୟୀ କରୁନା କୁମାରଙ୍କ ନିଦେ୍ର୍ଦଶିତ ଏହି ଚଳଚିତ୍ରରେ ନୋରା ବରୁଣ ତେଜଙ୍କ ସହ କାମ କରିବେ । ଏହି ଚଳଚ୍ଚିତ୍ରର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ଏହାକୁ ବର୍ତ୍ତମାନ ‘ଭିଟି୧୪’ କୁହାଯାଉଛି । ଖବର ଅନୁଯାୟୀ ଏହି ଚଳଚିତ୍ର ରେ ନୋରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଫିଲ୍ମରେ ଅଭିନୟ କରିବା ବ୍ୟତୀତ ନୋରା ଏଥିରେ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଶଣ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମ ବ୍ୟତୀତ ବରୁଣ ତେଜଙ୍କୁ ଅନ୍ୟ ଏକ ଆକ୍ସନ ଥ୍ରୀଲର ଫିଲ୍ମ ‘ଗାଣ୍ଡିବଧାରୀ ଅର୍ଜୁନ’ରେ ମଧ୍ୟ ଦେଖିବାକୁ ମିଳିବ । ନୋରା ମୁଖ୍ୟତଃ ଜଣେ ମଡେଲ । ନୃତ୍ୟଶିଳ୍ପୀ,ଗାୟୀକା ଏବଂ ଅଭିନେତ୍ରୀ । ସେ ହିନ୍ଦୀ, ତାମିଲ, ତେଲଗୁ, ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ତେବେ ସେ ତାଙ୍କ ଆଗାମୀ ସାଉଥ ଫିଲ୍ମ ପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା