Masthead

ବରୁଣ ତେଜଙ୍କ ସହ ସ୍କ୍ରିନ ସେୟାର କରିବେ ନୋରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ନୋରା ଫତେହି ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି । ଏହା ବ୍ୟତୀତ ସେ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନୋରା ମୁଖ୍ୟତ ତାଙ୍କ ନୃତ୍ୟ ପାଇଁ ଜଣାଶୁଣା । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ ରେ ତାଙ୍କ ଗୀତ ‘ଦିଲବର’ ସହିତ ସେ ବହୁ ଲୋକପ୍ରୟତା ହାସଲ କରିଥିଲେ । ନୋରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ନୋରା ଖୁବ୍ ଶିଘ୍ର ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ବରୁଣ ତେଜଙ୍କ ସହ ସ୍କ୍ରିନ ସେୟାର କରିବେ ।
ଖବର ଅନୁଯାୟୀ କରୁନା କୁମାରଙ୍କ ନିଦେ୍ର୍ଦଶିତ ଏହି ଚଳଚିତ୍ରରେ ନୋରା ବରୁଣ ତେଜଙ୍କ ସହ କାମ କରିବେ । ଏହି ଚଳଚ୍ଚିତ୍ରର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ଏହାକୁ ବର୍ତ୍ତମାନ ‘ଭିଟି୧୪’ କୁହାଯାଉଛି । ଖବର ଅନୁଯାୟୀ ଏହି ଚଳଚିତ୍ର ରେ ନୋରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଫିଲ୍ମରେ ଅଭିନୟ କରିବା ବ୍ୟତୀତ ନୋରା ଏଥିରେ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଶଣ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମ ବ୍ୟତୀତ ବରୁଣ ତେଜଙ୍କୁ ଅନ୍ୟ ଏକ ଆକ୍ସନ ଥ୍ରୀଲର ଫିଲ୍ମ ‘ଗାଣ୍ଡିବଧାରୀ ଅର୍ଜୁନ’ରେ ମଧ୍ୟ ଦେଖିବାକୁ ମିଳିବ । ନୋରା ମୁଖ୍ୟତଃ ଜଣେ ମଡେଲ । ନୃତ୍ୟଶିଳ୍ପୀ,ଗାୟୀକା ଏବଂ ଅଭିନେତ୍ରୀ । ସେ ହିନ୍ଦୀ, ତାମିଲ, ତେଲଗୁ, ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ତେବେ ସେ ତାଙ୍କ ଆଗାମୀ ସାଉଥ ଫିଲ୍ମ ପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି