Masthead

ମାଳଦ୍ୱିପରେ ‘ଥାଲାଇଭା’ଙ୍କୁ ଗ୍ରାଣ୍ଡ ସ୍ୱାଗତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଉଥର ‘ଥାଲାଇଭା’ ଅର୍ଥାତ ରଜନୀକାନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜେଲର’ ପାଇଁ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଏକ ବଡ ଧରଣର କ୍ରେଜ ରହିଛି । ଏହି ସମୟରେ ସେ ନିଜ ପାଇଁ ସମୟ ବାହାର କରି ଛୁଟି ପାଇଁ ମାଳଦ୍ୱିପରେ ପହଞ୍ଚିଥିଲେ ।

‘ଥାଲାଇଭା’ଙ୍କ ପାଇଁ ଏକ ବିଶାଳ ରିସେପ୍ସନ ହୋଇଥିଲା, ଯାହାର ଭିଡିଓ ସୋସିଆଲ ମିଡେିଆରେ ଭାଇରାଲ ହେଉଛି । ରଜନୀକାନ୍ତ ମାଳଦ୍ୱିପର ଏକ ବିଳାଶପୂର୍ଣ୍ଣ ରିସର୍ଟରେ ରହିଥିଲେ । ରିସର୍ଟରେ ରଜନୀକାନ୍ତଙ୍କ ଗ୍ରାଣ୍ଡ ସ୍ୱାଗତ କରାଯାଇଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ ରଜନୀକାନ୍ତ ଡଙ୍ଗାରେ ରିସର୍ଟ ପହଁଞ୍ଚିବା ମାତ୍ରେ ଡ୍ରମ୍ ବଜାଯାଇଥିଲା, ରାସ୍ତାରେ ଗୋଲାପ ମଧ୍ୟ ବିଛାଯାଇଥିଲା । ‘ଥାଲାଇଭା’ ମଧ୍ୟ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଥିଲେ ।

ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆ, ମୋହନଲାଲ, ସୁନି,ଜ୍ୟାକି ଶ୍ରଫ, ରାମିଆ କୃଷ୍ଣଙ୍କ ସମେତ ଅନେକ ତାରକା ମଧ୍ୟ ନଜର ଆସିବେ । ନେଲସନ ଦିଲୀପକୁମାରଙ୍କ ନଦେ୍ର୍ଦଶନାରେ ଏହି ଚଳଚ୍ଚିତ୍ର ବିଷୟରେ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହୋଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼