Masthead

ସହୀଦ ସପ୍ତାହ ପାଇଁ ଓଏସଆରଟିସି ବସ ବାତିଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନକ୍ସଲ ମାନେ ସହୀଦ ସପ୍ତାହ ପାଳନ କରଥିବା ହେତୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଓଏସଆରଟିସି ନକ୍ସଲ ପ୍ରବଣ ଅଚଂଳ ଦେଇ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଗୁଡିକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି । ୨୭ ଜୁଲାଇ ୨୦୨୩ ରୁ ୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବାତିଲ ହେଲା ଅଫ୍ ରୁଟ ବସ । ୨୭ ଜୁଲାଇ ୨୦୨୩ ରୁ ୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବାତିଲ ହେଲା ଡାଇନ ରୁଟ ବସ । କଟକ ଭୁବନେଶ୍ୱରରୁ ଭବାନୀପାଟଣା-ଲାଞ୍ଜିଗଡ଼,ବାଲିଗୁଡା, ଆର. ଉଦୟଗିରି ରୁଟରେ ବସ ଚଳାଚଳ ବନ୍ଦ ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ସେହିପରି ବ୍ରହ୍ମପୁରରୁ କାସିନଗର ବାଲିଗୁଡା ଓ ଭବାନୀପାଟଣାକୁ ଯାତ୍ରୀ ପରିବହନ ବନ୍ଦ ରହିବ ବୋଲି ଜଣାପଡିଛି । ସେହିପରି, ଭବାନୀପାଟଣା ଗୋପିନାଥପୁର ,ରାଇଘର, ତାସିଗୁଡା, ଦାରିଙ୍ଗବାଡି, ବିଶାଲପାଟାଣାକୁ ଯିବାକୁ ଥିବା ଓଏସଆରଟିସି ବସ ଚଳାଚଳ ବନ୍ଦ ରହିବ ବୋଲି ଓଏସଆରଟିସି ଟୁଇଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି