Masthead

ଜୟପୁରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାଇଡ୍ରାମା

ପିପିଲି  (ବଡ଼ ଖବର ବ୍ୟୁରୋ): ରାତି ଅଧରେ ହଟ ହଟା ହେଲା ପୋଲିସ! ପିପିଲି ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା! ପୋଲିସ ଗାଡିକୁ ଅଟକାଇଲେ ଲୋକେ ପିପିଲି ଥାନା ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ଜଣେ ଯୁବକକୁ ପୋଲିସ ଭ୍ୟାନ୍ରେ ବସାଇ ଥାନାକୁ ନେଉଥିବା ବେଳେ ପୋଲିସ ଭ୍ୟାନକୁ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ମାନେ ଦୀର୍ଘ ଦେଢ ଘଂଟାରୁ ଉର୍ଦ୍ଧ ସମୟ କାଳ ଅଟକାଇ ରଖିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗ୍ରାମରେ ଲୁଚି ରହିଥିବା ସଂପର୍କରେ ପୋଲିସକୁ ଖବର ମିଳିଥିଲା । ଧଉଳି ଅଂଚଳର ଏକ ଉଦ୍ଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ବିଳମ୍ବିତ ରାତିରେ ପିପିଲି ପୋଲିସ ସହାୟତାରେ ଜୟପୁରଶାସନ ଗ୍ରାମର ମେଳଣ ପଡିଆ ଠାରେ ଚଢାଉ କରିଥିଲା ।

ଦୁଇଜଣ ଯୁବକ ଏକ ବାଇକକୁ ଛାଡି ସେଠାରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ପୋଲିସ ଉଦ୍ୟମ କରିବା ସମୟରେ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ପୋଲିସ ଭ୍ୟାନକୁ ସେଠାରୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଯୁବକକୁ ଧଉଳି ପୋଲିସ ମାଡ ମାରିଥିବା ନେଇ ଲୋକେ ଅଭିଯୋଗ କରିବା ସହ ହୋହଲ୍ଲା କରି ଏହାର ପ୍ରତିବାଦ କରିଥିଲେ । ପରେ ପୋଲିସ ଫୋର୍ସ ସେଠାରେ ପହଂଚିଥିଲେ । ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅଭିଯୁକ୍ତ ସମେତ ଜବତ ବାଇକକୁ ଧଉଳି ପୋଲିସ ସାଥିରେ ନେଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା