Masthead

ହାର୍ ମାନିବାକୁ ଦିଦି ନାରାଜ

କୋଲକାତା (ବଡ଼ ଖବର ବ୍ୟୁରୋ): ହାର୍ ମାନିବାକୁ ନାରାଜ ଦିଦି। ଭୋଟ୍ ଗଣତି ଭିତରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା। ଟ୍ରେଣ୍ଡ୍ ରେ ବିଜେପିକୁ ବହୁମତ ଦେଖି ଦିଦିଙ୍କ ମୁଣ୍ଡ ଗୋଲ୍। କହିଲେ ଯେଉଁଠି ବିଜେପି ଆଗୁଆ ଅଛି ସେହି ସିଟ୍ର ଟ୍ରେଣ୍ଡ୍ ଦେଖାଉଛନ୍ତି। ଟିଏମ୍ସି ଆଗୁଆ ଥିବା ସିଟ୍ର ଟ୍ରେଣ୍ଡ୍ ଦେଖାଯାଉନି। ବାନାର୍ଜୀ ହାର ମାନିବାକୁ ପ୍ରସ୍ତୁତ ନାହିଁ। ଯାହା ଚାଲିଛି ସେସବୁ ବିଜେପିର ପ୍ଲାନ୍। ଅନେକ ସ୍ଥାନରେ ଗଣତି ବନ୍ଦ କରି ଦେଇଛନ୍ତି।

ଏବେବି ଟିଏମସି ୧୦୦ ସିଟ୍‌ ରେ ଆଗୁଆ ଅଛି। ସବୁ କିଛି ଭୁଲ୍ ତଥ୍ୟ ଦିଆଯାଉଛି। ଭୋଟ୍ ଗଣତି କେନ୍ଦ୍ର ଛାଡ଼ି ନଯିବାକୁ ମମତା ଏଜେଣ୍ଟଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମମତା ପୁଣି କହିଛନ୍ତି ଯେ, “ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛି ଏବଂ କେନ୍ଦ୍ରୀୟ ବାହିନୀ ମଧ୍ୟ ସେମାନଙ୍କ ସହିତ ଅଛନ୍ତି। ପୁଲିସ ମଧ୍ୟ କେନ୍ଦ୍ରୀୟ ବାହିନୀ ସହିତ କାମ କରୁଛି। କର୍ମୀମାନେ ନିରାଶ ହୁଅନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଆପଣମାନେ ଜିତିବେ। ୨-୪ ରାଉଣ୍ଡ ଗଣନା ସମାପ୍ତ ହୋଇଛି। ଆହୁରି ୧୪ ରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଗଣନା ଜାରି ରହିବ, ଆମେ ଜିତିବା।

କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।”ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ ଗଣତିରେ ତୃଣମୂଳ କଂଗ୍ରେସ (ଟିଏମସି) ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି କ୍ଷମତା ହରାଇବା ପରି ମନେ ହେଉଛି। ପ୍ରାୟ ଦେଢ଼ ଘଣ୍ଟା ଗଣତି ପରେ, ବିଜେପି ୧୯୩ ଆସନରେ ଆଗୁଆ ଅଛି। ଗତ ବିଧାନସଭା ନିର୍ବାଚନରେ, ବିଜେପି ୭୭ ଆସନ ଜିତିଥିଲା। ଏପରି ପରିସ୍ଥିତିରେ, ଟ୍ରେଣ୍ଡ ୧୧୬ ଆସନ ବୃଦ୍ଧିକୁ ସୂଚିତ କରୁଛି। ବିଜେପି ପାଇଁ ଏହି ଐତିହାସିକ ବିଜୟ ଅର୍ଥ ହେଉଛି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ପଦ୍ମ ଫୁଟିବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ