Masthead

ଆଜି ସକାଳେ ପୂର୍ବରାତି ପହୁଡ଼, ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳ ଆଳତି

ପୁରୀ(ବଡ଼ ଖବର ବ୍ୟୁରୋ):  ପୁଣି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ । ଗତକାଲି ମହାପ୍ରଭୁଙ୍କ ହରିଶୟନ ନୀତିକୁ ଆଳ କରି ନୀତିରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ଆଜି ସକାଳ ୬ଟା ୨୦ମିନିଟରେ ପୂର୍ବରାତି ପହୁଡ ହୋଇଛନ୍ତି ମହାପ୍ରଭୁ। ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପରେ ମଧ୍ୟ ନୀତିକାନ୍ତିରେ ସୁଧାର ଆସିନାହିଁ। ରଥଯାତ୍ରା, ହେରାପଞ୍ଚମୀ ଆଦି ନୀତି ବିଭ୍ରାଟ ଭଳି ବନକଲାଗି ଓ ହରିଶୟନ ଏକାଦଶୀରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି।

ନୀତି ଶୃଙ୍ଖଳିତ ହେଲେ ଦର୍ଶନ ବ୍ୟବସ୍ଥା ଆପଣା ଛାଏଁ ଶୃଙ୍ଖଳିତ ହେବ। ମାତ୍ର ଏହା ଉପରେ ତିକ୍ଷ୍ଣ ନଜର ଦିଆଯାଉନଥିବା ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ମନ୍ଦିର କମାଣ୍ଡର ଚାହିଁଲେ ନୀତି ଶୃଙ୍ଖଳିତ କରିପାରିବେ। ମାତ୍ର ସମନ୍ୱୟର ଅଭାବ ଯୋଗୁଁ କେହି କାହା କଥା ଶୁଣୁନଥିବା ଜଣାପଡୁଛି। ସବୁଠାରୁ ବିଡମ୍ବନାର ବିଷୟ ଆଜି ସକାଳ ୬ଟା ୨୦ରେ ପୂର୍ବ ରାତ୍ର ପହୁଡ ହୋଇଥିବା ବେଳେ ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳଆଳତୀ ହୋଇ ଦର୍ଶନ ଆରମ୍ଭ ହୋଇଛି। ଫଳରେ ରାତିରୁ ଦର୍ଶନ ଲାଗି ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ବହୁ କଷ୍ଟ ପାଇଛନ୍ତି ଭକ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ