Masthead

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ବଡ଼ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ମସଜିଦରେ ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି। ଜ୍ଞାନବ୍ୟାପୀ ମସଜିଦରେ ହେବ ଏଏସଆଇର ସର୍ଭେ । ବାରଣାସୀ ଜିଲ୍ଲା ଅଦାଲତର ରାୟ ବିରୋଧରେ ମୁସଲିମ୍ ପକ୍ଷ କରିଥିବା ଆବେଦନକୁ ଆଲ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।

ମସଜିଦ୍ ଭିତରେ ଏଏସଆଇର ବୈଜ୍ଞାନିକ ସର୍ଭେକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲେ ମୁସଲିମ୍ ପକ୍ଷ । ହେଲେ ଆଲ୍ଲାବାଦ୍ ହାଇକୋର୍ଟ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ୍ ରଖିବା ସହିତ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି ।ତେବେ ଜୁଲାଇ ୨୭ ତାରିଖରେ କୋର୍ଟ ଏହି ମାମଲାରେ ଫଇସଲାକୁ ସୁରକ୍ଷିତ ରଖିଥିଲେ । ଯାହାର ରାୟ ଆଜି ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ମାନନୀୟ ହାଇକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି ।

ଏଏସଆଇର ସତ୍ୟପାଠ ଉପରେ ଆଶଙ୍କା ପ୍ରକାଶ କରିବାର କୌଣସି କାରଣ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ ଜ୍ଞାନବ୍ୟାପୀ କ୍ୟାମ୍ପସର ଏଏସଆଇ ସର୍ଭେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ। ହିନ୍ଦୁ ପକ୍ଷର ପରାମର୍ଶଦାତାଙ୍କ ଅନୁଯାୟୀ, ଯେକୌଣସି ପର୍ଯ୍ୟାୟରେ ଏହି ସର୍ଭେ ଆରମ୍ଭ ହୋଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ