Masthead

‘ଘଟଣା ପରେ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ମନରୁ ଲିଭି ନାହିଁ ମଣିପୁର ଲଜ୍ଜା । ମଣିପୁର ଲଜ୍ଜାକୁନେଇ ପୀଡିତାଙ୍କ ସ୍ୱାମୀ ତଥା କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢିଥିବା ଜଣେ ପୂର୍ବତନ ସୈନିକ କହିଛନ୍ତି ଯେ ଏହି ଘଟଣା ପରେ ତାଙ୍କ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ କହିଛନ୍ତି ଯେ ଭଗବାନ ସମସ୍ତଙ୍କ ଆଗରେ ସତ୍ୟ ଆଣିବାକୁ ଚାହୁଁଥିଲେ । ସେଥିପାଇଁ ଏହି ଭିଡିଓ ଭାଇରାଲ ହୋଇଥିଲା। ପ୍ରଥମେ ମୋତେ କେହି ବିଶ୍ୱାସ କରିନଥିଲେ ।

ପୋଲିସ କିମ୍ବା ସରକାରଙ୍କ କୌଣସି ଅଧିକାରୀଙ୍କ ପାଖରୁ କୌଣସି ଡାକରା ମଧ୍ୟ ଆସି ନଥିଲା। ସେ ଆହୁରି ମଦ୍ୟ କହିଛନ୍ତି ଯେ ବହୁ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । କିନ୍ତୁ ଭିଡିଓ ଆସିବା ପର୍ଯ୍ୟନ୍ତ କେହି ଆମକୁ ବିଶ୍ୱାସ କରିନଥିଲେ। ମେ ୧୮ ରେ କାଙ୍ଗପୋକପି ଜିଲ୍ଲାର ସାଇକୁଲ ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଆଧାରରେ ସେ ଏହା କହିଛନ୍ତି। ପୀଡିତାଙ୍କ ସ୍ୱାମୀ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି।

ସେ ୧୮ ବର୍ଷ ବୟସରେ ଆସାମ ରେଜିମେଣ୍ଟରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ। ଅବସର ସମୟରେ ସେ ସୁବେଦାର ପଦବୀରେ ରହିଥିଲେ। ସେନାରେ ଥିବାବେଳେ ସେ ଅନେକ ଅପରେସନର ଅଂଶ ଗ୍ରହଣ କରିଥିଲେ । ତାଙ୍କ ଘରେ ରଖାଯାଇଥିବା ପଦକ ଏହାର ସାକ୍ଷୀ ଅଟେ । ସେ କହିଛନ୍ତି ଯେ ଏହି ଭିଡିଓ ଭାଇରାଲ ହେବା ଦିନଠାରୁ ତାଙ୍କ ଏବଂ ତାଙ୍କ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ପୁରୁଣା ଅଧିକାରୀ ଏବଂ ତାଙ୍କ ସହିତ ସେନାରେ କାମ କରିଥିବା ଲୋକଙ୍କଠାରୁ ଫୋନ୍ କଲ ମଧ୍ୟ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ