‘ଘଟଣା ପରେ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ମନରୁ ଲିଭି ନାହିଁ ମଣିପୁର ଲଜ୍ଜା । ମଣିପୁର ଲଜ୍ଜାକୁନେଇ ପୀଡିତାଙ୍କ ସ୍ୱାମୀ ତଥା କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢିଥିବା ଜଣେ ପୂର୍ବତନ ସୈନିକ କହିଛନ୍ତି ଯେ ଏହି ଘଟଣା ପରେ ତାଙ୍କ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ କହିଛନ୍ତି ଯେ ଭଗବାନ ସମସ୍ତଙ୍କ ଆଗରେ ସତ୍ୟ ଆଣିବାକୁ ଚାହୁଁଥିଲେ । ସେଥିପାଇଁ ଏହି ଭିଡିଓ ଭାଇରାଲ ହୋଇଥିଲା। ପ୍ରଥମେ ମୋତେ କେହି ବିଶ୍ୱାସ କରିନଥିଲେ ।

ପୋଲିସ କିମ୍ବା ସରକାରଙ୍କ କୌଣସି ଅଧିକାରୀଙ୍କ ପାଖରୁ କୌଣସି ଡାକରା ମଧ୍ୟ ଆସି ନଥିଲା। ସେ ଆହୁରି ମଦ୍ୟ କହିଛନ୍ତି ଯେ ବହୁ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । କିନ୍ତୁ ଭିଡିଓ ଆସିବା ପର୍ଯ୍ୟନ୍ତ କେହି ଆମକୁ ବିଶ୍ୱାସ କରିନଥିଲେ। ମେ ୧୮ ରେ କାଙ୍ଗପୋକପି ଜିଲ୍ଲାର ସାଇକୁଲ ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଆଧାରରେ ସେ ଏହା କହିଛନ୍ତି। ପୀଡିତାଙ୍କ ସ୍ୱାମୀ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି।

ସେ ୧୮ ବର୍ଷ ବୟସରେ ଆସାମ ରେଜିମେଣ୍ଟରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ। ଅବସର ସମୟରେ ସେ ସୁବେଦାର ପଦବୀରେ ରହିଥିଲେ। ସେନାରେ ଥିବାବେଳେ ସେ ଅନେକ ଅପରେସନର ଅଂଶ ଗ୍ରହଣ କରିଥିଲେ । ତାଙ୍କ ଘରେ ରଖାଯାଇଥିବା ପଦକ ଏହାର ସାକ୍ଷୀ ଅଟେ । ସେ କହିଛନ୍ତି ଯେ ଏହି ଭିଡିଓ ଭାଇରାଲ ହେବା ଦିନଠାରୁ ତାଙ୍କ ଏବଂ ତାଙ୍କ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ପୁରୁଣା ଅଧିକାରୀ ଏବଂ ତାଙ୍କ ସହିତ ସେନାରେ କାମ କରିଥିବା ଲୋକଙ୍କଠାରୁ ଫୋନ୍ କଲ ମଧ୍ୟ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’