Masthead

ନଦୀକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣାରେ ସସପେନ୍ସ ଜାରି

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ରହସ୍ୟ ଘେରରେ ତେଲ ନଦୀକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା । ମୃତକଙ୍କ ପରିବାର ଲୋକଙ୍କ ନିରବତା ଏହି ଘଟଣାକୁ ଆହୁରି ରହସ୍ୟାବୃତ୍ତ କରି ରଖିଛି । ଦୁଇ ଭଉଣୀ ଅନମୋଲ ଓ ଆଞ୍ଚଲ ଗତ ଗୁରବାର ତୁଷୁରା ଯିବାକୁ କହି ଘରୁ ବାହରିଥିଲେ । ହେଲେ ତେଲ ନଦୀ ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ । ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୁଇଦିନ ଧରି ତୁଷୁରାରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି ପରେ ଆଜି ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ସାନ ଭଉଣୀ ଆଞ୍ଚଲଙ୍କ ମୃତଦେହ ସୁବର୍ଣ୍ଣପୁର ଜିଲ୍ଲା ସିଂହାରୀ ପଞ୍ଚାୟତ ବଡ଼ଦଣ୍ଡା ଗାଁ ତେଲ ନଦୀ କୂଳରୁ ଉଦ୍ଧାର କରାଯାଇଥିବା ବେଳେ ବଡ଼ଭଉଣୀ ଅନମୋଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲା ମହାନଦୀ କୂଳରୁ ଉଦ୍ଧାର କରାଯାଇଛି । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ତେବେ କ’ଣ ପାଇଁ ଦୁଇ ଭଉଣୀ ଏକାଠି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପେ ନେଲେ ତାହା ଏବେ ରହସ୍ୟ ଘେରରେ । ଦୁହେଁ ଅତ୍ମହତ୍ୟା କରିଛନ୍ତି ନା ଅସାବଧାନତା କାରଣରୁ ନଦୀକୁ ଖସିପଡ଼ିଲେ ତାହା ଏବେ ପ୍ରଶ୍ନ ଘେରରେ । କୁହାଯାଉଛି ଯେ ଅଗ୍ରୱାଲ ପରିବାରରେ ସେମିତି କିଛି କଳହ ନ ଥିଲା । କିଛିଦିନ ହେବ ଅନମୋଲଙ୍କ ବାହାଘର ପାଇଁ କଥା ଚାଲିଥିଲା । ତେବେ ବାହାଘର କାରଣ ଯୋଗୁ ଯଦି ଅନମୋଲ ଅତ୍ମହତ୍ୟା କରିଥାନ୍ତି ତେବେ ଆଞ୍ଚଲ କାହିିଁକି ଅତ୍ମହତ୍ୟା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ପରିବାର ଲୋକେ ମୁହଁ ଖୋଲୁ ନ ଥିବା ବେଳେ ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍