Masthead

ମନମୋହନ ସିଂଙ୍କୁ ହ୍ୱିଲ ଚେୟାରରେ ଅଣାଯିବାକୁ ନେଇ ବାକଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀ ସେବା ବିଲ୍ ବିରୋଧରେ ଭୋଟ୍ ଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥତା ପରେ ସୋମବାର ହ୍ୱିଲ୍‌ ଚେୟାରରେ ଆସି ରାଜ୍ୟସଭାରେ ପହଞ୍ଚିଥିଲେ। କିନ୍ତୁ ବହୁମତରେ ବିଲ୍‌ଟି ଗୃହରେ ଗୃହୀତ ହୋଇଯାଇଥିଲା। ବିରୋଧୀ ଦଳମାନେ ମନମୋହନଙ୍କ ଦଳ ପ୍ରତି ଆନୁଗତ୍ୟ ଓ ନିଷ୍ଠାକୁ ପ୍ରଶଂସା କରିଥିବା ବେଳେ ବିଜେପି ଏହାକୁ ‘ଘୋର ଲଜ୍ଜାଜନକ’ ବୋଲି କହିଛି। ଏହାକୁ ନେଇ ଆରମ୍ଭ ହୋଇଥିଲା ବିଜେପି ଓ କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ । ଦେଶବାସୀ କଂଗ୍ରେସର ଏ ପାଗଳାମିକୁ ମନେ ରଖିବ ବୋଲି ମଧ୍ୟ କହିଛି ବିଜେପି । ନିଜର ଅସାଧୁ ମେଣ୍ଟକୁ ବଜାୟ ରଖିବା ପାଇଁ କଂଗ୍ରେସ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅସୁସ୍ଥ ଅବସ୍ଥାରେ ବିଳମ୍ବିତ ରାତି ଯାଏ ପାର୍ଲାମେଣ୍ଟରେ ହ୍ବିଲ୍‌ ଚେୟାରରେ ବସାଇ ରଖିବା ଘୋର ଲଜ୍ଜାଜନକ ।

ସେପଟେ କଂଗ୍ରେସ କହିଛି ମନମୋହନଙ୍କ ଏବେ ମଧ୍ୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଉପରେ ଆସ୍ଥା ରହିଛି । ଖାଲି ମନମୋହନ ନୁହନ୍ତି ଅସୁସ୍ଥ ଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ଶିବୁ ସୋରେନ ମଧ୍ୟ ରାଜ୍ୟ ସଭାରେ ଉପସ୍ଥିତ ଥିଲେ । ଆମ୍ ଆଦ୍‌ମୀ ପାର୍ଟି ଏମପି ରାଘବ ଚଡ୍ଡା ମନମୋହନ ସିଂହଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ । ଅନ୍ୟପଟେ ଦିଲ୍ଲୀ ସେବା ବିଲ ଉପରେ ରାଜ୍ୟ ସଭାରେ ରାଷ୍ଟୀ୍ରୟ ଲୋକଦଳ (ଆରଏଲଏଡି) ସାଂସଦ ଚୌଧୁରୀ ଜୟନ୍ତ ସିଂ, ସାମଜବାଦୀ ପାର୍ଟି ସାଂସଦ କପିଲ ସିବଲ ଓ ଜେଡି (ଏସ) ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ମତଦାନ କରିନାହାନ୍ତି ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ