Masthead

ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତର ସହଜ ବିଜୟ; ୭ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜୟ ଧାରାକୁ ଫେରିଲା ଟିମ୍ ଇଣ୍ଡିଆ। ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ। ତୃତୀୟ ଟି-୨୦ରେ ଭାରତ ୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ୫ ଟିକିଆ ଏହି ମ୍ୟାଚରେ ଘରୋଇ ଓ୍ୱେଷ୍ଟ ଇଣ୍ଡିଜ୍ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ନେଇଥିବା ବେଳେ ତୃତୀୟ ମ୍ୟାଚକୁ କବଜା କରିଛି ଟିମ୍ ଇଣ୍ଡିଆ। ସୂର୍ୟ୍ୟକୁମାର ଯାଦବଙ୍କ ଧୂଆଁଧାର ଅର୍ଦ୍ଧଶତକ ଭାରତକୁ ଏହି ବିଜୟ ଭେଟି ଦେଇଛି। ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଘରୋଇ ଦଳ ଏବେ ୨-୧ରେ ଆଗୁଆ ରହିଛି। ଅନ୍ତିମ ଦୁଇ ଟି-୨୦ ଆମେରିକାର ଲୌଡରହିଲ୍‌ରେ ଅଗଷ୍ଟ ୧୨ ଓ ୧୩ ତାରିଖରେ ଖେଳାଯିବ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ୍ । ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମାୟର୍ସ ପ୍ରଥମ ୱିକେଟ୍‌ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭର ଖେଳିଥିଲେ। ପ୍ରଥମ ଦୁଇ ପରିବର୍ତ୍ତନରେ ଆସିଥିବା ଅକ୍ଷର ପଟେଲ୍ ଓ ୟୁଝବେନ୍ଦ୍ର ଚହଲ ପ୍ରଥମରୁ ପ୍ରଭାବହୀନ ରହିଥିଲେ। ତେବେ ମାୟର୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍‌ ପ୍ରାରମ୍ଭିକ ଯୋଡ଼ିକୁ ଅଲଗା କରିଥିଲେ । ଏହା ପରେ କୁଲଦୀପ ଯାଦବଙ୍କ ଆଗମନ ନିର୍ଣ୍ଣାୟକ‌ ହୋଇଥିଲା । ‌ ବ୍ରାଣ୍ଡନ୍ କିଙ୍ଗ୍‌, ଜନ୍‌ସନ୍ ଚାର୍ଲସ, ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ୪-୦-୨୮-୩ ବୋଲିଂ ଚିତ୍ର ସହ ଘରୋଇ ଦଳକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସରରୁ ରୋକିଥିଲେ ।

ଅଧିନାୟକ ରୋଭମାନ ପାୱେଲ ତିନୋଟି ଦର୍ଶନୀୟ ଛକା ସହିତ ୧୯ ବଲ୍‌ରୁ ୪୦ ରନ୍‌ କରିବାରୁ ୱେଷ୍ଟଇଣ୍ଡିଜ୍ ୧୫୯ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା । ଅକ୍ଷର ପଟେଲ୍ ଓ ମୁକେଶ କୁମାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଭାରତ ଏହାମର ପ୍ରାରମ୍ଭିକ ଯୋଡ଼ିଙ୍କୁ ପଞ୍ଚମ ଓଭର ଭିତରେ ହରାଇ ୩୪/୨ରେ ସଂଘର୍ଷ କରିଥିଲା । ଏହି ସମୟରେ କିନ୍ତୁ ମୁମ୍ବାଇ ଯୋଡ଼ି ସୂର୍ୟ୍ୟକୁମାର ଯାଦବ ଏବଂ ତିଳକ ବର୍ମା ପ୍ରତି ଆକ୍ରମଣଭରା ପାଳି ଖେଳି ଭାରତକୁ ୧୦.୩ ଓଭରରେ ୧୦୦ ରନ୍‌ ଅତିକ୍ରମ କରାଇ ଦେଇଥିଲେ । ସୂର୍ୟ୍ୟକୁମାର ତାଙ୍କ ସ୍ବାଭାବିକ ସଟ୍ ମାନ ଖେଳି ୨୩ ବଲ୍‌ରୁ ୫୦ ରନ୍ ଟପି ଯାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା