ବନ୍ୟା ପ୍ରଭାବିତଙ୍କୁ ଭେଟିଲେ ବିଧାୟକ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଂଚଳର ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଭେଟି ଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।  ବନ୍ୟାର ସାତ ଦିନ ପରେ ଖମଣମୁଣ୍ଡା ଗ୍ରାମର ପ୍ରଭାବିତଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଆଲୋଚନା କରିଛନ୍ତି ।

ଲଘୁଚାପ ଜନିତ ଗତ ଲଗାଣ ବର୍ଷାରେ ନାକଟିଦେଉଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏହି ବର୍ଷାରେ ନାକଟିଦେଉଳ ପଞ୍ଚାୟତର ଖମଣମୁଣ୍ଡା ଗ୍ରାମ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ।  ସ୍ଥାନୀୟ ଚମ୍ପାଳି ନଦୀରେ ବନ୍ୟା ଆସି ଖମଣମୁଣ୍ଡା ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିଲା ।  ଏଥିରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ମାଟି ଘର ଗୁଡିକ ବନ୍ୟା ଜଳରେ ଲୋଟି ପଡିଥିଲା ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ବିଧାୟକ ରୋହିତ ପୂଜାରୀ ବନ୍ୟା ପ୍ରଭାବିତଙ୍କ ନିକଟରେ ପହଞ୍ଚିଥିଲେ ।  ତେବେ ଏହି ଗ୍ରାମକୁ ସବୁଦିନିଆ ଯାତାୟାତ ପାଇଁ ଚମ୍ପାଳି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବିକରିଥିବା ବେଳେ ଏ ନେଇ ସରକାରଙ୍କୁ ଅବଗତ କରାଇ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ