Masthead

ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ବିରୋଧରେ କଥା କହିବା ପାଇଁ ସାୱନ୍ତଙ୍କ ପାଖେ ଔକାତ ନାହିଁ: ନାରାୟଣ ରାଣେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ମଙ୍ଗଳବାର ହୋଇଥିଲା ଆଲୋଚନା । ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ହୋଇଥିଲା ହଙ୍ଗମା । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଲୋକସଭାରେ ଭାଷଣ ଦେବାବେଳେ ରାଗି ଯାଇଥିଲେ ଏବଂ ସାଂସଦ ଅରବିନ୍ଦ ସାୱନ୍ତଙ୍କୁ ଚୁପ ହୋଇ ବସ ବୋଲି କହିଥିଲେ । ଅନସ୍ଥା ପ୍ରସ୍ତାବ ଉପରେ ଆଲେଚନା ହେବା ବେଳ ନାରାୟଣ ରାଣେ ଅରବିନ୍ଦ ସାୱନ୍ତଙ୍କୁ କହିଥିଲେ, ଆରେ,ତୁମେ ବସ ।

ଯେତେବେଳେ ଲୋକସଭା ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିଥିଲେ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଥା କହିବା ପାଇଁ ସାୱନ୍ତଙ୍କ ପାଖରେ ଔକାତ ନାହିଁ । ଯଦି କିଛି ତାଙ୍କ ବିଷୟର କହିବ ମୁଁ ତୁମକୁ ତୁମର ଔକାତ ଦେଖାଇଦେବି । ଲୋକସଭାରୁ ଏହି ଭିଡିଓ ଭାଇରାଲ୍‌ ହେବାପରେ ମନ୍ତ୍ରୀଙ୍କ ଉକ୍ତ ଟିପ୍ପଣୀକୁ କଡ଼ା ସମାଲୋଚନା କରାଯାଇଛି। ଆପ୍‌ କହିଛି, ପ୍ରଧାନମନ୍ତ୍ରୀଙ୍କର ଜଣେ ମନ୍ତ୍ରୀ ସଂସଦରେ ରାସ୍ତାର ଗୁଣ୍ଡା ଭଳି ଭାଷା ବ୍ୟବହାର କରିଛନ୍ତି, ଅନ୍ୟପକ୍ଷରେ ବିରୋଧୀ ସାଂସଦମାନେ ମୋଦୀ ସରକାରଙ୍କୁ ପ୍ରଶ୍ନ କରି ଗୃହରୁ ନିଲମ୍ବିତ ହେଉଛନ୍ତି। ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ଗତକାଲି ସଂସଦରେ ଅନାସ୍ଥ‌ା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଏହି କାରଣ ପାଇଁ ନାରାୟଣ ରାଣେ ସାୱନ୍ତଙ୍କୁ ତାଙ୍କ ଔକାତ କଥା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼