Before Header

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ କଲେଜ ଛାତ୍ରଛାତ୍ରୀ

0 27

ବାଂଶପାଳ (ବଡ଼ ଖବର ବ୍ୟୁରୋ): ଧାରଣାରେ ବସିଲେ କଲେଜ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟୀ ସ୍ଥିତ ପାଟେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ । କଲେଜର ଅନେକ ସମସ୍ୟା ନେଇ ଛାତ୍ରଛାତ୍ରୀ ମାନେ ଆଗରୁ ଅନେକ ଥର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ କରାଯାଇନାହିଁ । ତେଣୁ ଛାତ୍ରଛାତ୍ରୀ ମାନେ ଅତିଷ୍ଟ ହୋଇପାଟେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଗେଟରେ ତାଲା ପକାଇବା ସହ ରାସ୍ତାରୋକ କରି କଲେଜରେ ରହିଥିବା ଅବ୍ୟବସ୍ଥାର ସମାଧାନ କରିବାକୁ ଦାବୀ କରିଥିଲେ । ବିଶେଷ କରି ଆଡମିଶନ ପାଇଁ ମାତ୍ରାଧିକ ଫିସ୍ ନିଆଯାଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ମୌଳିକ ସବୁଧା ସୁଯୋଗ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ । ଘୋର ଅବ୍ୟବସ୍ଥାରେ ଯୁକ୍ତ ତିନିରେ ପାଠ ପଢା, ଶ୍ରେଣୀ ଗୃହ ସମସ୍ୟା, ପାନୀୟ ଜଳ ,ଶୌଚାଳୟ ବ୍ୟବସ୍ଥା ନଥିବାବେଳେ ଲାଇବ୍ରେରିରେ ପାଠ୍ୟପୁସ୍ତକ ମିଳୁନାହିଁ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଗଢି ଉଠିଥିବା ଏହି କଲେଜର ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଏବଂ କଲେଜ କର୍ତୃପକ୍ଷ ଅଣଦେଖା କରୁଛନ୍ତି । ପ୍ରଶାସନ ପକ୍ଷରୁ ଆଲୋଚନା କରିବା ପାଇଁ ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା । ସ୍ୱତନ୍ତ୍ର ଅଧିକାରୀ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆନ୍ଦୋଳନରତ ଛାତ୍ରୀଛାତ୍ର ମାନଙ୍କର କଲେଜରେ ରହିଥିବା ବିଭିନ୍ନ ସମସ୍ୟା ଆଲୋଚନା ପରେ ସମସ୍ତ ଦାବି ପୂରଣ ନେଇ ଜିଲ୍ଳାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

 

Leave A Reply

Your email address will not be published.