Masthead

ବିଶ୍ୱ ପାଳୁଛି ୭୮ତମ ନାଗାସାକି ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ପାଳୁଛି ୭୮ତମ ନାଗାସିକ ନିବସ । ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିନ ପାଳନ କରାଯାଏ । ୧୯୪୫ ଅଗଷ୍ଟ ୬ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ ଲିଟିଲ ବୟ’ ନିକ୍ଷେପ କରିଥିଲା ।

କିନ୍ତୁ ଜାପାନ ଆତ୍ମସମର୍ପଣ ନ କରିବାରୁ ୩ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ ଫ୍ୟାଟ୍ ମ୍ୟାନ’ପକାଇଥିଲା । ଏହି ବୋମା ବିସ୍ଫୋରଣର ବିକିରଣ ଯୋଗୁ ପାଖାପାଖି ୮୦ ହଜାର ନାଗରିକ ପ୍ରାଣ ହରାଇଥିଲେ । ଏହି ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା । ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏହି ଭୟଙ୍କର ଆକ୍ରମଣରେ ପୀଡିତମାନଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ ଆଣବିକ ଅସ୍ତ୍ର ମୁକ୍ତ ବିଶ୍ୱକୁ ହୃଦୟଙ୍ଗମ କରିବା ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ ।

ପରମାଣୁ ବିସ୍ଥୋରଣରେ ପୀଡିତଙ୍କ ଆତ୍ମାକୁ ମୁଁ ମୋର ଅନ୍ତରରୁ ସମବେଦନା ଜଣାଉଛି । ୭୮ ବର୍ଷ ପୂର୍ବେ ନାଗାସାକିରେ ଘଟିଥିବା ଏହି ଘଟଣା କେବେ ବି ପୁନରାବୃତ୍ତି ହେବ ନାହିଁ । ପରମାଣୁ ବୋମା ବିସ୍ଫୋରଣରେ ଏକମାତ୍ର ଦେଶ, ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ୱକୁ ହାସଲ କରିବା ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ । ଶାନ୍ତି ପ୍ରତିଷ୍ଠା ତଥା ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନାଗାସାକି ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ଅନେକ ଦେଶରେ ଯୁଦ୍ଧ ବିରୋଧୀ ଏବଂ ଆଣବିକ ବିରୋଧୀ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବାରୁ ଏହି ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି